ପ୍ରଗତି, ସରଳତା ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା ଉପରେ ଏବେ ଗବେଷଣା ଆରମ୍ଭ ହେଲାଣି ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି। ରବିବାର ସୂଚନା ଭବନଠାରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ‘ନବୀନ@୨୫: ପର୍ସ୍‌ପେକ୍ଟିଭ୍‌ସ’ ପୁସ୍ତକକୁ ଉନ୍ମୋଚନ କରି ମନ୍ତ୍ରୀ ଘଡ଼େଇ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ଓ ଜନତାଙ୍କ ପ୍ରିୟଭାଜନ ହେବାର ଧାରା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକ ତଥା ଏଫ୍‌ଆଇଡିଆର୍‌ର ଅଧ୍ୟକ୍ଷ ଚାରୁଦତ୍ତ ପାଣିଗ୍ରାହୀ କହିଲେ, ବର୍ତ୍ତମାନର ରାଜନୈତିକ ପ୍ରେକ୍ଷାପଟ୍ଟରେ ନବୀନ ଜଣେ ବିରଳ ବିସ୍ମୟ। ରାଜନୀତିରେ ସ୍ଥିରତା ଅଦୃଶ୍ୟ ହେବାକୁ ବସିଥିବାବେଳେ ନିଜର ଲୋକାଭିମୁଖୀ ନୀତି ଓ ସରଳତା ପାଇଁ ୨୫ବର୍ଷ ଧରି ଅପରାଜେୟ ଭାବେ ରାଜନୀତିରେ ତିଷ୍ଠି ରହି ନବୀନ ବିଶ୍ବରେ ଜଣେ ବିରଳ ବ୍ୟକ୍ତିତ୍ୱ ପାଲଟିଛନ୍ତି। ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।
ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ରାଜନୈତିକ ଦୃଷ୍ଟିଭଙ୍ଗୀକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଥିବା ୨୫ଜଣ ଲେଖକ ଏ ପୁସ୍ତକରେ ନିଜର ଆଲେଖ ରଖିଛନ୍ତି। ସେମାନେ ହେଲେ ଚିନ୍ମୟ ଜେନା, ଅରୁଣ କୁମାର ମହାନ୍ତି, ସତ୍ୟନାରାୟଣ ମିଶ୍ର, ତ୍ରୈଲୋକ୍ୟ ଜେନା, ବସନ୍ତ କୁମାର ପଣ୍ଡା, ଭାସ୍କର ପରିଚ୍ଛା, ଦୀପକ ସାମନ୍ତରାୟ, ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ବିଜୟକେତନ ମିଶ୍ର, ପ୍ରଦୀପ ବିଶ୍ବାଳ, ତେଜେଶ୍ବର ପଟ୍ଟନାୟକ, ଅନିଲ ଧୀର, ଚିନ୍ମୟ କୁମାର ହୋତା, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ଦାସ, ପ୍ରସନ୍ନ କୁମାର ପଣ୍ଡା, ଦାଶରଥି ଭୂୟାଁ, ଚାରୁଦତ୍ତ ପାଣିଗ୍ରାହୀ, ତପନ କୁମାର ପଣ୍ଡା, ସମ୍ବିତ ଦାଶ, ଶୋଭନ କର, ଅବଶ ପରିଡ଼ା, ପ୍ରଦୀପ କୁମାର ପଣ୍ଡା ଓ ଯତୀନ୍ଦ୍ର କୁମାର ନାୟକ। ଏହି ଅବସରରେ ସମସ୍ତ ଲେଖକଙ୍କୁ ପେନ୍‌ ଇନ ବୁକ୍ସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ ଉତ୍ସବ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri