‘ଲାଭବାନ୍‌ ହେଉଛନ୍ତି ଭାରତୀୟ କମ୍ପାନୀ’

ନୂଆଦିଲ୍ଲୀ,୧୯।୧୧: କୋଭିଡ୍‌ ସଂକ୍ରମଣ ପରଠାରୁ କ୍ରମାଗତ ଭାବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଚାଲିଛି। ଫଳରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଭାରତ ବଜାର ଉପରେ ପଡ଼ିଛି। ଏପରିକି ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚା ରହିଛି। ବିଶେଷକରି ଭାରତରେ ଦରଦାମ ବୃଦ୍ଧି ସହ ମୁଦ୍ରାସ୍ଫୀତି ମଧ୍ୟ ଅଣାୟତ୍ତ ହୋଇପଡ଼ିଛି। ହେଲେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ କମ୍ପାନୀଗୁଡିକ ପାଇଁ ବରଦାନ ପାଲଟିଛି ବୋଲି ଗ୍ଲୋବାଲ ରେଟିଂସ୍‌ ଏଜେନ୍ସି ‘ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ’ (ଏସ୍‌ ଆଣ୍ଡ ପି) ପକ୍ଷରୁ ମତପ୍ରକାଶ ପାଇଛି। ଏପରିକି ଉକ୍ତ ସଂସ୍ଥାର ସର୍ଭେ (ଆକଳନ) ଅନୁଯାୟୀ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ବିଦେଶରେ ସେବା ଯୋଗାଉଥିବା ବିଭିନ୍ନ ବର୍ଗର ଭାରତୀୟ କମ୍ପାନୀ ବେଶ୍‌ ଲାଭବାନ୍‌ ହୋଇଛନ୍ତି। ବିଶେଷକରି ରେଟିଂ ସଂସ୍ଥାର ସର୍ଭେ ଅନୁସାରେ ଅଧାରୁ ଅଧିକ ଭାରତୀୟ କମ୍ପାନୀଙ୍କ ମୂଳ ଲାଭ ଗତ କିଛି ମାସ (୧୫ରୁ ୧୮ ମାସ) ମଧ୍ୟରେ ୧୫ରୁ ୧୮% ବଢ଼ିଯାଇଥିବା ଜଣାପଡ଼ିଛି। ସେହିଭଳି ଆମେରିକୀୟ ରେଟିଂ ଏଜେନ୍ସିର ଏକ ରିପୋର୍ଟ ଅନୁସାରେ ଯେଉଁ କମ୍ପାନୀଗୁଡ଼ିକର ରେଟିଂ ଆମେ କରୁଛୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ କମ୍ପାନୀର ରାଜସ୍ବର ଏକ ବଡ ଅଂଶ ଆମେରିକୀୟ ଡଲାର ସହ ଜଡ଼ିତ ରହିଛି। ଫଳରେ ଭାରତୀୟ ମୁଦ୍ରା (ଟଙ୍କା)ର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଏହାର ଫାଇଦା ଆମେରିକୀୟ ଡଲାରରେ କାରବାର କରୁଥିବା ଭାରତୀୟ କମ୍ପାନୀଗୁଡ଼ିକ ପାଉଛନ୍ତି। ବିଶେଷକରି ଭାରତୀୟ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ସେହି ସମସ୍ତ କମ୍ପାନୀଙ୍କ ଉପରେ ପଡିନାହିଁ। ସେହିପରି ସୂଚନା ଓ ପ୍ରଯୁକ୍ତି କ୍ଷେତ୍ର, ଧାତୁ ଓ ରସାୟନ କ୍ଷେତ୍ରର କମ୍ପାନୀ ପୂର୍ବ ଆୟ (ଇବିଆଇଟିଡିଏ) ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଡଲାର ଆଧାରିତ ରପ୍ତାନିକାରୀ ସୂଚନା ଓ ପ୍ରଯୁକ୍ତି କମ୍ପାନୀ ଯଥା ୱିପ୍ରୋ, ଇନ୍‌ଫୋସିସ୍‌ ଓ ଏଚ୍‌ସିଏଲ୍‌ ଭଳି ପ୍ରମୁଖ ଆଇଟି କମ୍ପାନୀ ବେଶ୍‌ ଲାଭାନ୍ବିତ ହୋଇଛନ୍ତି, ଯେଉଁମାନଙ୍କର ନିବେଶ ଟଙ୍କାରେ ଆସେ ଓ ସେମାନେ ବିଶେଷ ଲାଭବା୍‌ନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଯେତେବେଳେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୧ଟଙ୍କା ହ୍ରାସ ଘଟେ ସେତେବେଳେ ଉପରୋକ୍ତ କମ୍ପାନୀଗୁଡିକର ଇବିଆଇଟିଡିଏ ପାଖାପାଖି ୫କୋଟି ଡଲାର ବୃଦ୍ଧି ଘଟିଥାଏ। ସୂଚନାଯୋଗ୍ୟ, ଶନିବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ପ୍ରାୟ ୮୧.୬୦ ଟଙ୍କା ରହିଛି। ଗତ ମାସକ ମଧ୍ୟରେ ପ୍ରାୟ ୨ ଟଙ୍କା ଭାରତୀୟ ମୁଦ୍ରା ମୂଲ୍ୟ ବୃଦ୍ଧି ପାଇଥିଲେ ସୁଦ୍ଧା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବର୍ତ୍ତମାନ ମଧ୍ୟ ରେକର୍ଡ ସ୍ତରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri