‘ଲାଭବାନ୍‌ ହେଉଛନ୍ତି ଭାରତୀୟ କମ୍ପାନୀ’

ନୂଆଦିଲ୍ଲୀ,୧୯।୧୧: କୋଭିଡ୍‌ ସଂକ୍ରମଣ ପରଠାରୁ କ୍ରମାଗତ ଭାବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଚାଲିଛି। ଫଳରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଭାରତ ବଜାର ଉପରେ ପଡ଼ିଛି। ଏପରିକି ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚା ରହିଛି। ବିଶେଷକରି ଭାରତରେ ଦରଦାମ ବୃଦ୍ଧି ସହ ମୁଦ୍ରାସ୍ଫୀତି ମଧ୍ୟ ଅଣାୟତ୍ତ ହୋଇପଡ଼ିଛି। ହେଲେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ କମ୍ପାନୀଗୁଡିକ ପାଇଁ ବରଦାନ ପାଲଟିଛି ବୋଲି ଗ୍ଲୋବାଲ ରେଟିଂସ୍‌ ଏଜେନ୍ସି ‘ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ’ (ଏସ୍‌ ଆଣ୍ଡ ପି) ପକ୍ଷରୁ ମତପ୍ରକାଶ ପାଇଛି। ଏପରିକି ଉକ୍ତ ସଂସ୍ଥାର ସର୍ଭେ (ଆକଳନ) ଅନୁଯାୟୀ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ବିଦେଶରେ ସେବା ଯୋଗାଉଥିବା ବିଭିନ୍ନ ବର୍ଗର ଭାରତୀୟ କମ୍ପାନୀ ବେଶ୍‌ ଲାଭବାନ୍‌ ହୋଇଛନ୍ତି। ବିଶେଷକରି ରେଟିଂ ସଂସ୍ଥାର ସର୍ଭେ ଅନୁସାରେ ଅଧାରୁ ଅଧିକ ଭାରତୀୟ କମ୍ପାନୀଙ୍କ ମୂଳ ଲାଭ ଗତ କିଛି ମାସ (୧୫ରୁ ୧୮ ମାସ) ମଧ୍ୟରେ ୧୫ରୁ ୧୮% ବଢ଼ିଯାଇଥିବା ଜଣାପଡ଼ିଛି। ସେହିଭଳି ଆମେରିକୀୟ ରେଟିଂ ଏଜେନ୍ସିର ଏକ ରିପୋର୍ଟ ଅନୁସାରେ ଯେଉଁ କମ୍ପାନୀଗୁଡ଼ିକର ରେଟିଂ ଆମେ କରୁଛୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ କମ୍ପାନୀର ରାଜସ୍ବର ଏକ ବଡ ଅଂଶ ଆମେରିକୀୟ ଡଲାର ସହ ଜଡ଼ିତ ରହିଛି। ଫଳରେ ଭାରତୀୟ ମୁଦ୍ରା (ଟଙ୍କା)ର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଏହାର ଫାଇଦା ଆମେରିକୀୟ ଡଲାରରେ କାରବାର କରୁଥିବା ଭାରତୀୟ କମ୍ପାନୀଗୁଡ଼ିକ ପାଉଛନ୍ତି। ବିଶେଷକରି ଭାରତୀୟ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ସେହି ସମସ୍ତ କମ୍ପାନୀଙ୍କ ଉପରେ ପଡିନାହିଁ। ସେହିପରି ସୂଚନା ଓ ପ୍ରଯୁକ୍ତି କ୍ଷେତ୍ର, ଧାତୁ ଓ ରସାୟନ କ୍ଷେତ୍ରର କମ୍ପାନୀ ପୂର୍ବ ଆୟ (ଇବିଆଇଟିଡିଏ) ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଡଲାର ଆଧାରିତ ରପ୍ତାନିକାରୀ ସୂଚନା ଓ ପ୍ରଯୁକ୍ତି କମ୍ପାନୀ ଯଥା ୱିପ୍ରୋ, ଇନ୍‌ଫୋସିସ୍‌ ଓ ଏଚ୍‌ସିଏଲ୍‌ ଭଳି ପ୍ରମୁଖ ଆଇଟି କମ୍ପାନୀ ବେଶ୍‌ ଲାଭାନ୍ବିତ ହୋଇଛନ୍ତି, ଯେଉଁମାନଙ୍କର ନିବେଶ ଟଙ୍କାରେ ଆସେ ଓ ସେମାନେ ବିଶେଷ ଲାଭବା୍‌ନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଯେତେବେଳେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୧ଟଙ୍କା ହ୍ରାସ ଘଟେ ସେତେବେଳେ ଉପରୋକ୍ତ କମ୍ପାନୀଗୁଡିକର ଇବିଆଇଟିଡିଏ ପାଖାପାଖି ୫କୋଟି ଡଲାର ବୃଦ୍ଧି ଘଟିଥାଏ। ସୂଚନାଯୋଗ୍ୟ, ଶନିବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ପ୍ରାୟ ୮୧.୬୦ ଟଙ୍କା ରହିଛି। ଗତ ମାସକ ମଧ୍ୟରେ ପ୍ରାୟ ୨ ଟଙ୍କା ଭାରତୀୟ ମୁଦ୍ରା ମୂଲ୍ୟ ବୃଦ୍ଧି ପାଇଥିଲେ ସୁଦ୍ଧା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବର୍ତ୍ତମାନ ମଧ୍ୟ ରେକର୍ଡ ସ୍ତରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri