ଯୁଦ୍ଧରୁ ଲାଭ

ଇସ୍ରାଏଲ-ହମାସ ଯୁଦ୍ଧ ୧୦ ମାସ ଅତିକ୍ରମ କରିଯାଇଥିବା ବେଳେ ଏହା ଏବେ ମଧ୍ୟପ୍ରାଚ୍ୟରେ ବିଷମ ସ୍ଥିତି ସୃଷ୍ଟି କଲାଣି। ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ସେଠାରେ ବ୍ୟାପକ ଧନଜୀବନହାନି ଘଟୁଥିବାରୁ ମୁସଲିମ ରାଷ୍ଟ୍ରଗୁଡ଼ିକ ଉଗ୍ର ହେବାରେ ଲାଗିଲେଣି। ଏମିତି ଦେଖିଲେ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ବେଳୁ ଇରାନ୍‌ ସମର୍ଥିତ ହେଜବୋଲ୍ଲା ଗୋଷ୍ଠୀ ଓ ଇସ୍ରାଏଲ ସୈନ୍ୟଙ୍କ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ଗୁଳିଗୋଳା ବିନିମୟ ଲାଗି ରହିଛି। ଉଲ୍ଲେଖଯୋଗ୍ୟ, ହେଜବୋଲ୍ଲା ହେଉଛି ଲେବାନନର ଇସ୍‌ଲାମିକ୍‌ କଠୋରପନ୍ଥୀ ଗୋଷ୍ଠୀ। ହମାସ ଉପରେ ହେଉଥିବା ଆକ୍ରମଣ ପାଇଁ ଏହା ଇସ୍ରାଏଲକୁ ଶତ୍ରୁ ଭାବେ ଧରି ନେଇଛି। ଜୁଲାଇ ଶେଷ ଆଡ଼କୁ ଇସ୍ରାଏଲ ସେନା ଲେବାନନ୍‌ର ବେରୁଟ୍‌ରେ ହେଜବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍‌ ଶୁକର୍‌ଙ୍କୁ ଏୟାର ଷ୍ଟ୍ରାଇକ୍‌ କରି ହତ୍ୟା କରିଥିବାରୁ ହେଜବୋଲ୍ଲା ଅଧିକ ପ୍ରତିଶୋଧପରାୟଣ ହୋଇଉଠିଛି। ଅନ୍ୟପକ୍ଷରେ ଇସ୍ରାଏଲ-ହମାସ ଯୁଦ୍ଧ ଭିତରକୁ ଅନ୍ୟ ରାଷ୍ଟ୍ର ଓ ସଙ୍ଗଠନଗୁଡ଼ିକ ଟାଣି ହୋଇ ଆସୁଥିବାରୁ ଇସ୍ରାଏଲ ଆକ୍ରମଣାତ୍ମକ ହୋଇପଡ଼ିଛି। ସଦ୍ୟ ଘଟଣାକ୍ରମରେ ଲେବାନନର ଦକ୍ଷିଣାଞ୍ଚଳରେ ଇସ୍ରାଏଲ ସେନା ୧୭ ଅଗଷ୍ଟରେ ଆକ୍ରମଣ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସିରିଆ ନାଗରିକ ଥିବାରୁ ଯୁଦ୍ଧ ପରିସର ବଢ଼ିବ ବୋଲି ଆଶଙ୍କା କରାଗଲାଣି।
ଏବର ସ୍ଥିତି ଦେଖିଲେ ଇସ୍ରାଏଲକୁ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁଥିବା ବେଳେ ହମାସ ପଛରେ ମୁସଲିମ ରାଷ୍ଟ୍ରଗୁଡ଼ିକ ଛିଡ଼ା ହେଲେଣି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅଶାନ୍ତିକୁ ପ୍ରଶମିତ କରିବା ଲାଗି ଅନ୍ତର୍ଜାତୀୟ ମଧ୍ୟସ୍ଥି ଆରମ୍ଭ ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। କାତାର ରାଜଧାନୀ ଦୋହାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ନେଇ ଚାଲିଥିବା ଆଲୋଚନା ୧୬ ଅଗଷ୍ଟରେ ସ୍ଥଗିତ ରହିଛି। ସେହି ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଟେଲିଫୋନ ମାଧ୍ୟମରେ କଥା ହୋଇ ପଶ୍ଚିମ-ଏସିଆରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା ଲାଗି ପ୍ରସ୍ତାବ ଦେଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଲେବାନନର ଦକ୍ଷିଣ ଭାଗରେ ଇସ୍ରାଏଲର ଆକ୍ରମଣ ସୂଚାଇ ଦେଉଛି ଯେ, ଭାରତର ପ୍ରସ୍ତାବକୁ ନେତାନ୍ୟାହୁ ଖାତିର କରିନାହାନ୍ତି। ଶୁଣିବାକୁ ମିଳୁଥିଲା ଇସ୍ରାଏଲ ଉପରେ ଇରାନ୍‌ ଓ ହେଜବୋଲ୍ଲା ମିଳିତ ଆକ୍ରମଣ କରି ନେତ୍‌ନ୍ୟାହୁଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବେ। ହେଲେ ଦୋହାଠାରେ ଚାଲିଥିବା ଶାନ୍ତି କଥାବାର୍ତ୍ତାକୁ ଅପେକ୍ଷା ଥିଲା। ଏବେ ଯୁଦ୍ଧବିରତି ଆଲୋଚନା ସ୍ଥଗିତ ହୋଇଯାଇଥିବାରୁ ସ୍ଥିତି ଆଗକୁ ଭୟଙ୍କର ହେବ ବୋଲି ଆଭାସ ମିଳିଲାଣି।
ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ଚାରିଆଡ଼େ ଦେଖିବାକୁ ମିଳୁଛି। ରୁଷିଆର ପଡ଼ୋଶୀ ଅଞ୍ଚଳ ଉପରେ ଦୃଷ୍ଟି ରହିଛି। ଫଳରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅବସାନ ଘଟୁନାହିଁ। ସେହିଭଳି ଚାଇନା ସର୍ବଦା ଦକ୍ଷିଣ ଚାଇନା ସାଗରରେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏଭଳି ସ୍ଥଳେ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା ପୃଥିବୀରେ ଦେଖାଦେଉଥିବା ଅନେକ ଅପ୍ରୀତିକର ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଇପାରେ। କେବଳ ଦେଖେଇ ହେବା ପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥ ଓ ଯୁଦ୍ଧବିରତି କଥା ଉଠାଉଛି। ଆନ୍ତରିକତାର ସହ ପଦକ୍ଷେପ ନିଆଯାଉ ନ ଥିବାରୁ ଅନେକ ଆଲୋଚନା ବିଫଳ ହୋଇଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଠିତ ଜାତିସଂଘ ଶାନ୍ତି ରକ୍ଷା ଦିଗରେ ବଡ଼ ସଙ୍ଗଠନ ଭାବେ କାର୍ଯ୍ୟ କରିବ ବୋଲି ଯେଉଁ ଆଶା ଓ ଭରସା ଥିଲା, ତାହା ଏବେ ତା’ର ଭୂମିକା ନିର୍ବାହ କରିବାରେ ଅସହାୟ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଆମେରିକାର ସର୍ବଦା ଚେଷ୍ଟା ରହୁଛି ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ଲାଗି ରହୁ। ସେଠାକାର ତୈଳ ସମ୍ପଦ ଉପରେ ନଜର ସହ ଯୁଦ୍ଧ ପରିସ୍ଥିତି ଚାଲିଥିଲେ ସାମରିକ ସାମଗ୍ରୀ ବିକ୍ରି ବଢ଼ିଚାଲିବ। ତେଣୁ ଆମେରିକା ଭଳି ପ୍ରଭାବଶାଳୀ ଦେଶ ଯେପର୍ଯ୍ୟନ୍ତ ଯୁଦ୍ଧ ସ୍ଥିତିରୁ ଲାଭ ଉଠାଇପାରୁ ଥିବେ, ସେତେବେଳ ଯାଏ ବିଶ୍ୱରେ ନିଷ୍ଠାର ସହ ଯୁଦ୍ଧବିରତି ଚେଷ୍ଟା ହେବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri