ସଞ୍ଜୟ ଶତପଥୀ ଥିଲେ ପରଶମଣି

ଭବାନୀପାଟଣା,୩୦।୧୨(ଉତ୍ତମ କୁମାର ଦାଶ):ପ୍ରଫେସର ସଞ୍ଜୟ ଶତପଥୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଥିଲେ ଏକାଧାରରେ କବି, ଗୀତିକାର, ପ୍ରାବନ୍ଧିକ, ପ୍ରବଚକ, ସଙ୍ଗଠକ, ଗବେଷକ, ପ୍ରଶାସନିକ ଅଧିକାରୀ, ସୁବକ୍ତା, କଣ୍ଠଶିଳ୍ପୀ, ଉଦଘୋଷକ, ଆଧ୍ୟାତ୍ମିକବାଦୀ, ଛାତ୍ର ଉତ୍ସଳ, ଏନସିସିର କର୍ଣ୍ଣେଲ, ମାନବ ପ୍ରେମୀ, ଚତୁର୍ଥ ମାଙ୍କଡ଼ର ସ୍ରଷ୍ଟା (ଖରାପ ଚିନ୍ତାକର ନାହଁ)। ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ସେଥିଲେ ଯୁବ ରେଡ଼କ୍ରସର ପରାମର୍ଶଦାତା, ଆବାହକ ସମ୍ପାଦକ। କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ହେଲାପରେ କରୋନା ପରବର୍ତ୍ତୀ ସମୟରେ ରକ୍ତଦାନ ପାଇଁ ସଚେତନତା ସଙ୍ଗୀତ, ରକ୍ତଦାନର ସୁବିଧା ପାଇଁ ମୋବାଇଲ ବସ ବ୍ୟବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ, ବିଶ୍ବ ବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟର ଅଣ ତାଲିମପ୍ରାପ୍ତ ପରାମର୍ଶଦାତାଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସାର ଜ୍ଞାନ, ଜିଲାର ସମସ୍ତ ଯୁବ ରେଡକ୍ରସ ୟୁନିଟ ତରଫରୁ ରାଜ୍ୟ ଅଂଶ ପ୍ରଦାନ ଓ ଅଧିକରୁ ଅଧିକ ରେଡ ରିବନ କ୍ଲବ ଗଠନ ପାଇଁ ଅନବରତ ପ୍ରୟାସ କରିଥିଲେ। କହିବାକୁ ଗଲେ ସଞ୍ଜୟ ଶତପଥୀ ଥିଲେ ପରଶମଣି। ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅକାଳ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି କଳାହାଣ୍ଡି ଯୁବ ରେଡକ୍ରସ ତରଫରୁ ଏକ ରାଜ୍ୟସ୍ତରୀୟ ସ୍ନୃତିସଭା ଆୟୋଜନ ହୋଇଯାଇଛି। ଏହି ସ୍ମୃତିଚାରଣ ସଭାରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା, ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ପୂର୍ବତନ ଅବୈତନିକ ସଚିବ ମେଜର ଡ.କଳ୍ପନା ଦାଶ, ରାଜ୍ୟ ଯୁବ ରେଡକ୍ରସ ସଂଯୋଜକ ଗୋପାଳକୃଷ୍ଣ ମିଶ୍ର, ମା’ ମାଣିକେଶରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ.ନିବେଦିତା ନାଥ, ଉପ କୁଳସଚିବ ଡ. ଜୟଦେବ ସାହୁ, ଗଞ୍ଜାମ ଜିଲାର ପୂର୍ବତନ ଜିଲା ସଂଯୋଜକ ବି.ଗୋବିନ୍ଦ ରାଓ, ଭୁବନେଶ୍ୱରର ପୂର୍ବତନ ଜିଲା ସଂଯୋଜକ ଡ. ଶୁଶୀଳ କୁମାର ପଟ୍ଟନାୟକ, ବୌଦ୍ଧ ଜିଲାର ପୂର୍ବତନ ଆବାହକ ସମ୍ପାଦକ ଡ. ପ୍ରବୀର କୁମାର ଦାଶ, ଭୁବନେଶ୍ବରର ନିରଦ ଚରଣ ଖୁଣ୍ଟିଆ, ଭଦ୍ରକ ମହାବିଦ୍ୟାଳୟର ଅଧ୍ୟାପକ ସୁଧିର ଚରଣ ଜେନା, ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟ ପଟ୍ଟନାୟକ, ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟକ୍ଷ ଡ.ତ୍ରିଲୋଚନ ଜେନା ଓ ଅଧ୍ୟାପିକା ଡ.ରାଧାରାଣୀ ନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବେହେରା ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳଚନ୍ଦ୍ର ନାଏକ, ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡର ଇଂରାଜୀ ବିଭାଗର ମୁଖ୍ୟ ଲିଙ୍ଗରାଜ ପାତ୍ର, ପଞ୍ଚାୟତ ଡିଗ୍ରି ମହାବିଦ୍ୟାଳୟ, କୋକସରାର ପରାମର୍ଶଦାତା ସୁବ୍ରତ କୁମାର ବେହେରା, ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟର ପରାମର୍ଶଦାତା ଗୋବିନ୍ଦ ସାହୁ, ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁସ୍କୁଟିର ପରାମର୍ଶଦାତା ସୁଧିର କୁମାର ପଣ୍ଡା ପ୍ରମୁଖ ସ୍ବର୍ଗତ ଶତପଥୀଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଲିପ୍ସା ମହାରଣା ସ୍ବର୍ଗତ ଶତପଥୀଙ୍କ ରଚିତ ଶୋକ ସଙ୍ଗତ ଗାନ କରିଥିଲେ। ଏହି ଆଭାସୀ କାର୍ଯ୍ୟକ୍ରମକୁ ଜିଲା ଆବାହକ ସମ୍ପାଦକ ସଞ୍ଜିବ କୁମାର ସାହୁ ସଂଯୋଜନା କରିଥିଲେ। ଜିଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ସ୍ବାଗତ ଅଭିଭାଷଣ ଓ ପରାମର୍ଶଦାତା ମୋହନ ଚରଣ ବିଷି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସ୍ମୃତି ସଭାରେ ସୋନପୁରରୁ ଉମାକାନ୍ତ ନାଗ, ବିଶ୍ବନାଥ ମିଶ୍ର ଓ ବିନିକାରୁ ବୈଜୟନ୍ତୀ ସାହୁ, ବାଲେଶରରୁ ସୁଧୀର ମୁଦୁଲି, ଭଦ୍ରକରୁ ଶୈଳବାଳା ଦାଶ, ବଲାଙ୍ଗୀରରୁ ଡ. ଦୈତାରୀ ପୂଜାରୀ, କଟକରୁ ଡ. ସସ୍ମିତା ପଟ୍ଟନାୟକଙ୍କ ସମେତ ପୂର୍ବତନ ଜିଲା ଆବାହକ ସମ୍ପାଦକ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଅଧ୍ୟକ୍ଷ ଭାରତଭୂଷଣ ମୁଣ୍ଡ, ତ୍ରିଲୋଚନ ସାହୁ, ମାନସ ରଞ୍ଜନ ପଣ୍ଡା, ଡ. ନୃସିଂହା ନନ୍ଦ ସାସମଲ, ଡ.ଅଜିତ କୁମାର ବେହେରା, ଦୀନବନ୍ଧୁ ରାଉତ, ବିରେନ୍ଦ୍ର ସାହୁ, ବିଜୟ କୁମାର କର, ମାନସ ରଂଜନ ପଣ୍ଡା, ସଞ୍ଜିବ ଶଗଡ଼ିଆ, ସରୋଜ କୁମାର ପାଟ୍ଟଯୋଶୀ, ପ୍ରତାପ ଚନ୍ଦ୍ର ନାୟକ, ଘନଶ୍ୟାମ ଭାଟି, କିଶୋର ଚନ୍ଦ୍ର ସାହା, ପଦ୍ମାଳୟା ଦଣ୍ଡସେନା ପ୍ରମୁଖ ଜିଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଯୁବ ରେଡ୍‌କ୍ରସ ପରାମର୍ଶଦାତା, ଆଜୀବନ ସଦସ୍ୟ ପ୍ରମୁଖ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri