Posted inଫୁରସତ

ପ୍ରଥମ ଦରମା ଟଙ୍କା ଜେଜେମା’ଙ୍କୁ ଦେଇଥିଲି

ନୟାଗଡ଼ ଜିଲା ଖୁଣ୍ଟୁବନ୍ଧ ଗାଁରେ ମୋ ଜନ୍ମ। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ନୟାଗଡ଼ କଲେଜରେ ଆଇ.ଏ., ବି.ଏ. ପଢ଼ିଥିଲି। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଲୋସଫିରେ ଏମ୍‌.ଏ. କରିବା ପରେ ପି.ଏଚ୍‌ଡି. ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲି। ହେଲେ ତାହାରି ଭିତରେ ହିଁ ମୋତେ ଚାକିରି ମିଳିଗଲା। ୧୯୮୮ରେ ଜନତା କଲେଜ, କୁହୁଡିରେ ଲଜିକ୍‌ ଆଣ୍ଡ ଫିଲୋସଫିର ଅଧ୍ୟାପକ ଭାବେ ମୁଁ ଜଏନ୍‌ କଲି। ସେତେବେଳେ ଏହି କଲେଜଟି ମ୍ୟାନେଜମେଣ୍ଟ ଦ୍ୱାରା ପରିଚାଳିତ ଥିଲା। ଆଉ ସେହି ମ୍ୟାନେଜମେଣ୍ଟ୍‌ ତରଫରୁ ହିଁ ମୋତେ ୫୦୦ ଟଙ୍କା ଦରମା ମିଳିଲା। ପ୍ରଥମ ମାସ ଦରମାକୁ ନେଇ ମୋର ଅତି ପ୍ରିୟ ଜେଜେମା’ ହାତରେ ଦେଲି। ସେ ଖୁସି ହୋଇ ମୋତେ କେତେ କ’ଣ ଆଶୀର୍ବାଦ କରି ପକାଇଲା। ୧୯୯୪ ମସିହାରେ ଏହି କଲେଜ ସରକାରୀ ସ୍ବୀକୃତି ପାଇଲା। ଆଉ ମୋତେ ବି ସରକାରୀ ଅଧ୍ୟାପକ ସହ ଏନ୍‌.ଏସ୍‌.ଏସ୍‌. (ରାଷ୍ଟ୍ରୀୟ ସେବା ଯୋଜନା)ର ପ୍ରୋଗ୍ରାମ ଅଫିସର୍‌ ଭାବେ ଏଠାରେ ନୂତନ ଦାୟିତ୍ୱ ମିଳିଲା। ଯେହେତୁ ସ୍କୁଲ ବେଳେ ସ୍କାଉଟ୍‌ଗାଇଡରେ ମିଶି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରେସିଡେନ୍ସି ଆୱାର୍ଡ ପାଇଥିଲି, ତେଣୁ ଏହି ଦାୟିତ୍ୱକୁ ତୁଲାଇବାରେ ମୋତେ କିଛି ଅସୁବିଧା ହେଲା ନାହିଁ। ବରଂ କିଛି ଜନହିତକର କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିଲା। ୨୦୧୬ ଯାଏ ଏହି କଲେଜରେ ରହିଲି। ଆଉ ତା’ରି ଭିତରେ ମୁଁ ଦୁଇଥର ବେଷ୍ଟ ଏନ୍‌.ଏସ୍‌.ଏସ୍‌. ପ୍ରୋଗ୍ରାମ ଅଫିସର୍‌ ଭାବେ ଷ୍ଟେଟ୍‌ ଆୱାର୍ଡ ବି ପାଇଥିଲି। ତା’ସହିତ ୨୦୧୩ରେ ଏନ୍‌.ଏସ୍‌.ଏସ୍‌.ରେ ଭାଗ ନେଇଥିବା ଝିଅମାନଙ୍କୁ ନେଇ ସ୍ବତନ୍ତ୍ର ପାଇକ ଟିମ୍‌ ଗଢି ସେମାନଙ୍କୁ ବିଭିନ୍ନ ସମରକଳା ଉପରେ ଟ୍ରେନିଂ ଦେଇଥିଲି। ପରବର୍ତ୍ତୀ ସମୟରେ ସେହି ଝିଅମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମରକଳା ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ମଧ୍ୟ ହୋଇଥିଲେ। କେବଳ ସେତିକି ନୁହେଁ ଏହି ଏନ୍‌.ଏସ୍‌.ଏସ୍‌. ପିଲାଙ୍କୁ ନେଇ କନ୍ୟାଭ୍ରୂଣ ହତ୍ୟା ଉପରେ ଅନେକ ପଥପ୍ରାନ୍ତ ନାଟକ କରିବା ସହ, ରକ୍ତଦାନ ଶିବିରର ଆୟୋଜନ, ପରିବେଶ ସୁରକ୍ଷା, ଏଡ୍‌ସ ସଚେତନତା, ଯୌତୁକ ବିରୋଧୀ ଅଭିଯାନ, ଚିଲିକାରେ ପକ୍ଷୀ ସୁରକ୍ଷା ଅଭିଯାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ବି କରିଥିଲି। ଆଉ ଏଥିପାଇଁ ବିଭିନ୍ନ ସଂସ୍ଥା ତରଫରୁ ମୋତେ ଅନେକ ପୁରସ୍କାର ବି ମିଳିଥିଲା। ସେହିପରି ନ୍ୟାଶନାଲ୍‌ ଇଣ୍ଟିଗ୍ରେସନ୍‌ କ୍ୟାମ୍ପ ପାଇଁ ୧୯୯୯ ମସିହାରେ ପଞ୍ଜାବର ମୋହାଲି ଏବଂ ୨୦୧୩ରେ କେରଳର ତ୍ରିଶୂରକୁ ଯାଇଥିଲି। ଏଥିସହିତ ୨୦୧୫ ଜାନୁୟାରୀ ୨୬ ଦିଲ୍ଲୀ ପରେଡ୍‌ରେ ଓଡ଼ିଶାର ୮ଜଣ ଏନ୍‌.ଏସ୍‌.ଏସ୍‌. ପିଲା ଯୋଗ ଦେବା ପାଇଁ ଯାଇଥିଲେ, ଆଉ ମୋତେ ସେମାନଙ୍କର ଷ୍ଟେଟ୍‌ କଣ୍ଟିନଜେଣ୍ଟ ଲିଡର୍‌ ଭାବେ ଆର୍‌.ଡି. କ୍ୟାମ୍ପରେ ଦିଲ୍ଲୀ ଯିବାର ସୁଯୋଗ ମିଳିଥିଲା। ୟା’ ଭିତରେ ମୁଁ ୩ ଥର ଷ୍ଟେଟ୍‌ କଣ୍ଟିନଜେଣ୍ଟ ଲିଡର୍‌ ଭାବେ ପ୍ରି ଆର୍‌.ଡି. କ୍ୟାମ୍ପରେ ଯୋଗ ଦେଇସାରିଲିଣି। ତା’ସହିତ ଗତ ଜାନୁୟାରୀ ମାସରେ ‘ଏକ୍‌ ଭାରତ ଶ୍ରେଷ୍ଠ ଭାରତ’ ପ୍ରୋଗ୍ରାମରେ ବି ବମ୍ବେ ଯାଇଥିଲି। ତେବେ ୨୦୧୬ ପରେ ଭୁବନେଶ୍ବରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟକୁ ମୋର ବଦଳି ହୋଇଗଲା। ଆଉ ଏଠାରେ ଏବେ ମୁଁ ପ୍ରାଧ୍ୟାପକ ଏବଂ ଏନ୍‌.ଏସ୍‌.ଏସ୍‌. ପ୍ରୋଗ୍ରାମ ଅଫିସର୍‌ ଭାବେ କାର୍ଯ୍ୟ କରୁଅଛି। ଏଥିସହିତ ଲଜିକ୍‌ ଆଣ୍ଡ ଫିଲୋସଫି ଉପରେ କିଛି ବହି ବି ଲେଖିଛି। ତେବେ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ତା’ପଛରେ ଭଗବାନଙ୍କ ଆଶୀର୍ବାଦ ଆଉ ମୋର କଠିନ ପରିଶ୍ରମକୁ ଶ୍ରେୟ ଦେବି।

 

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri