Posted inଫୁରସତ

ପ୍ରଥମ ଦରମା ଟଙ୍କା ଜେଜେମା’ଙ୍କୁ ଦେଇଥିଲି

ନୟାଗଡ଼ ଜିଲା ଖୁଣ୍ଟୁବନ୍ଧ ଗାଁରେ ମୋ ଜନ୍ମ। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ନୟାଗଡ଼ କଲେଜରେ ଆଇ.ଏ., ବି.ଏ. ପଢ଼ିଥିଲି। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଲୋସଫିରେ ଏମ୍‌.ଏ. କରିବା ପରେ ପି.ଏଚ୍‌ଡି. ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲି। ହେଲେ ତାହାରି ଭିତରେ ହିଁ ମୋତେ ଚାକିରି ମିଳିଗଲା। ୧୯୮୮ରେ ଜନତା କଲେଜ, କୁହୁଡିରେ ଲଜିକ୍‌ ଆଣ୍ଡ ଫିଲୋସଫିର ଅଧ୍ୟାପକ ଭାବେ ମୁଁ ଜଏନ୍‌ କଲି। ସେତେବେଳେ ଏହି କଲେଜଟି ମ୍ୟାନେଜମେଣ୍ଟ ଦ୍ୱାରା ପରିଚାଳିତ ଥିଲା। ଆଉ ସେହି ମ୍ୟାନେଜମେଣ୍ଟ୍‌ ତରଫରୁ ହିଁ ମୋତେ ୫୦୦ ଟଙ୍କା ଦରମା ମିଳିଲା। ପ୍ରଥମ ମାସ ଦରମାକୁ ନେଇ ମୋର ଅତି ପ୍ରିୟ ଜେଜେମା’ ହାତରେ ଦେଲି। ସେ ଖୁସି ହୋଇ ମୋତେ କେତେ କ’ଣ ଆଶୀର୍ବାଦ କରି ପକାଇଲା। ୧୯୯୪ ମସିହାରେ ଏହି କଲେଜ ସରକାରୀ ସ୍ବୀକୃତି ପାଇଲା। ଆଉ ମୋତେ ବି ସରକାରୀ ଅଧ୍ୟାପକ ସହ ଏନ୍‌.ଏସ୍‌.ଏସ୍‌. (ରାଷ୍ଟ୍ରୀୟ ସେବା ଯୋଜନା)ର ପ୍ରୋଗ୍ରାମ ଅଫିସର୍‌ ଭାବେ ଏଠାରେ ନୂତନ ଦାୟିତ୍ୱ ମିଳିଲା। ଯେହେତୁ ସ୍କୁଲ ବେଳେ ସ୍କାଉଟ୍‌ଗାଇଡରେ ମିଶି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରେସିଡେନ୍ସି ଆୱାର୍ଡ ପାଇଥିଲି, ତେଣୁ ଏହି ଦାୟିତ୍ୱକୁ ତୁଲାଇବାରେ ମୋତେ କିଛି ଅସୁବିଧା ହେଲା ନାହିଁ। ବରଂ କିଛି ଜନହିତକର କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିଲା। ୨୦୧୬ ଯାଏ ଏହି କଲେଜରେ ରହିଲି। ଆଉ ତା’ରି ଭିତରେ ମୁଁ ଦୁଇଥର ବେଷ୍ଟ ଏନ୍‌.ଏସ୍‌.ଏସ୍‌. ପ୍ରୋଗ୍ରାମ ଅଫିସର୍‌ ଭାବେ ଷ୍ଟେଟ୍‌ ଆୱାର୍ଡ ବି ପାଇଥିଲି। ତା’ସହିତ ୨୦୧୩ରେ ଏନ୍‌.ଏସ୍‌.ଏସ୍‌.ରେ ଭାଗ ନେଇଥିବା ଝିଅମାନଙ୍କୁ ନେଇ ସ୍ବତନ୍ତ୍ର ପାଇକ ଟିମ୍‌ ଗଢି ସେମାନଙ୍କୁ ବିଭିନ୍ନ ସମରକଳା ଉପରେ ଟ୍ରେନିଂ ଦେଇଥିଲି। ପରବର୍ତ୍ତୀ ସମୟରେ ସେହି ଝିଅମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମରକଳା ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ମଧ୍ୟ ହୋଇଥିଲେ। କେବଳ ସେତିକି ନୁହେଁ ଏହି ଏନ୍‌.ଏସ୍‌.ଏସ୍‌. ପିଲାଙ୍କୁ ନେଇ କନ୍ୟାଭ୍ରୂଣ ହତ୍ୟା ଉପରେ ଅନେକ ପଥପ୍ରାନ୍ତ ନାଟକ କରିବା ସହ, ରକ୍ତଦାନ ଶିବିରର ଆୟୋଜନ, ପରିବେଶ ସୁରକ୍ଷା, ଏଡ୍‌ସ ସଚେତନତା, ଯୌତୁକ ବିରୋଧୀ ଅଭିଯାନ, ଚିଲିକାରେ ପକ୍ଷୀ ସୁରକ୍ଷା ଅଭିଯାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ବି କରିଥିଲି। ଆଉ ଏଥିପାଇଁ ବିଭିନ୍ନ ସଂସ୍ଥା ତରଫରୁ ମୋତେ ଅନେକ ପୁରସ୍କାର ବି ମିଳିଥିଲା। ସେହିପରି ନ୍ୟାଶନାଲ୍‌ ଇଣ୍ଟିଗ୍ରେସନ୍‌ କ୍ୟାମ୍ପ ପାଇଁ ୧୯୯୯ ମସିହାରେ ପଞ୍ଜାବର ମୋହାଲି ଏବଂ ୨୦୧୩ରେ କେରଳର ତ୍ରିଶୂରକୁ ଯାଇଥିଲି। ଏଥିସହିତ ୨୦୧୫ ଜାନୁୟାରୀ ୨୬ ଦିଲ୍ଲୀ ପରେଡ୍‌ରେ ଓଡ଼ିଶାର ୮ଜଣ ଏନ୍‌.ଏସ୍‌.ଏସ୍‌. ପିଲା ଯୋଗ ଦେବା ପାଇଁ ଯାଇଥିଲେ, ଆଉ ମୋତେ ସେମାନଙ୍କର ଷ୍ଟେଟ୍‌ କଣ୍ଟିନଜେଣ୍ଟ ଲିଡର୍‌ ଭାବେ ଆର୍‌.ଡି. କ୍ୟାମ୍ପରେ ଦିଲ୍ଲୀ ଯିବାର ସୁଯୋଗ ମିଳିଥିଲା। ୟା’ ଭିତରେ ମୁଁ ୩ ଥର ଷ୍ଟେଟ୍‌ କଣ୍ଟିନଜେଣ୍ଟ ଲିଡର୍‌ ଭାବେ ପ୍ରି ଆର୍‌.ଡି. କ୍ୟାମ୍ପରେ ଯୋଗ ଦେଇସାରିଲିଣି। ତା’ସହିତ ଗତ ଜାନୁୟାରୀ ମାସରେ ‘ଏକ୍‌ ଭାରତ ଶ୍ରେଷ୍ଠ ଭାରତ’ ପ୍ରୋଗ୍ରାମରେ ବି ବମ୍ବେ ଯାଇଥିଲି। ତେବେ ୨୦୧୬ ପରେ ଭୁବନେଶ୍ବରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟକୁ ମୋର ବଦଳି ହୋଇଗଲା। ଆଉ ଏଠାରେ ଏବେ ମୁଁ ପ୍ରାଧ୍ୟାପକ ଏବଂ ଏନ୍‌.ଏସ୍‌.ଏସ୍‌. ପ୍ରୋଗ୍ରାମ ଅଫିସର୍‌ ଭାବେ କାର୍ଯ୍ୟ କରୁଅଛି। ଏଥିସହିତ ଲଜିକ୍‌ ଆଣ୍ଡ ଫିଲୋସଫି ଉପରେ କିଛି ବହି ବି ଲେଖିଛି। ତେବେ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ତା’ପଛରେ ଭଗବାନଙ୍କ ଆଶୀର୍ବାଦ ଆଉ ମୋର କଠିନ ପରିଶ୍ରମକୁ ଶ୍ରେୟ ଦେବି।

 

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri