Posted inଫୁରସତ

ଫ୍ୟାଶନ ଦେଇଛି ସୋନାଲି ମିଶ୍ରଙ୍କୁ ପରିଚୟ

ପିଲାଟି ଦିନରୁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ସ୍ବପ୍ନ ଦେଖିଥିଲେ। କେବଳ ଏକ ସୁଯୋଗକୁ ଥିଲା ତାଙ୍କର ଅପେକ୍ଷା। ସୌଭାଗ୍ୟକୁ ତାଙ୍କୁ ଯେବେ ସେହି ସୁଯୋଗଟି ମିଳିଲା ସେ ତା’ର ସଦୁପଯୋଗ କରି କେବଳ ଓଡ଼ିଶା ଫ୍ୟାଶନ ଇଣ୍ଡଷ୍ଟ୍ରି ନୁହେଁ ଓଡ଼ିଶା ବାହାରେ ବି ନିଜର ପରିଚୟ ତିଆରି କରିବାରେ ସକ୍ଷମ ହେଲେ। କିନ୍ତୁ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା, ଆଉ ଶେଷରେ ନିଜ ସ୍ବପ୍ନକୁ ପୂରଣ କରିବାରେ ସେ ସଫଳ ହେଲେ। ଏଠାରେ ଯାହାଙ୍କ କଥା କୁହାଯାଉଛି, ସେ ହେଲେ ପ୍ରଫେସନାଲ ମେକ୍‌ଅପ୍‌ ଆର୍ଟିଷ୍ଟ ସୋନାଲି ମିଶ୍ର।

ଚୌଦ୍ୱାରରେ ତାଙ୍କ ଜନ୍ମ। ତାଙ୍କ ବାପା ଜଣେ ପୋଲିସ ଅଫିସର ଥିଲେ। ବାପାଙ୍କର ଚାକିରି କ୍ଷେତ୍ରରେ ବାରମ୍ବାର ବଦଳି ଯୋଗୁ ତାଙ୍କ ପାଠପଢା ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିଲା। ପଢାରେ ଭଲ ଥିବାରୁ ସେ ବି.ଏସ୍‌ସି. ପରେ ଏଚ୍‌ଆର୍‌ ମାର୍କେଟିଂରେ ଏମ୍‌ବିଏ କଲେ। ତା’ପରେ ଭୁବନେଶ୍ୱରସ୍ଥିତ ସ୍କାନ ଷ୍ଟିଲ୍‌ କମ୍ପାନୀରେ କିଛିଦିନ ଏବଂ ଭିପୁଲ ଲିମିଟେଡ୍‌ରେ କିଛିଦିନ ଏଚ୍‌ଆର୍‌ ଭାବେ କାମ କଲେ। ଚାକିରିରୁ ଭଲ ଦରମା ମିଳୁଥିଲେ ବି ମନ କିନ୍ତୁ ତାଙ୍କର ମାନୁ ନ ଥିଲା। କାହା ଅଧୀନରେ ନୁହେଁ ବରଂ ସେ ନିଜର ଏକ ଫ୍ୟାଶନ ଦୁନିଆ ଗଢି ସେଥିରେ କାମ କରିବାକୁ ଚାହୁଁଥିଲେ। ଆଉ ଏଥିପାଇଁ ତାଙ୍କୁ କାହାର ସହଯୋଗର ହାତ ଦରକାର ଥିଲା। ଯୋଗକୁ ଏହି ସମୟରେ ତାଙ୍କର ବାହାଘର ଠିକ୍‌ ହେଲା। ଭାବି ସ୍ବାମୀ ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିଲେ। ବାହାଘର ପରେ ସ୍ବାମୀଙ୍କ ପାଖକୁ ଯିବାକୁ ହେଲେ ତାଙ୍କୁ ଅଫିସ୍‌ରୁ ବାରମ୍ବାର ଛୁଟି ନେବାକୁ ପଡୁଥିଲା; ଯେଉଁଥିପାଇଁ ଅଫିସ୍‌ରେ କ୍ରମେ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ସେ ବାଧ୍ୟ ହୋଇ ଚାକିରି ଛାଡି ସ୍ବାମୀଙ୍କ ପାଖକୁ ଚାଲିଗଲେ। କିଛିଦିନ ପରେ ଗର୍ଭବତୀ ହେବାରୁ ଶାଶୁଘରକୁ ଆସି ଏକ କନ୍ୟା ସନ୍ତାନର ଜନନୀ ହେଲେ। ଝିଅ ଟିକେ ବଡ଼ ହୋଇଯିବା ପରେ ସୋନାଲି ନିଜ କ୍ୟାରିୟରକୁ ଏକ ନୂଆ ମୋଡ ଦେବାକୁ ଚିନ୍ତାକରି ଘରୁ ପୁଣି ଗୋଡ଼ କାଢିଲେ। ହେଲେ ଏଥର କାହା ଅଧୀନରେ ନୁହେଁ ବରଂ ନିଜ ଗୋଡ଼ରେ ନିଜେ କିପରି ଠିଆ ହୋଇପାରିବେ ସେ ଚେଷ୍ଟାରେ ଲାଗିଲେ। ଯେହେତୁ ତାଙ୍କର ପିଲାଟି ଦିନରୁ ଭଲ ପିନ୍ଧିବା ଆଉ ସଜେଇ ହେବାର ସଉକ ଥିଲା, ତେଣୁ ସେହି ଫ୍ୟାଶନ କ୍ଷେତ୍ରରେ କ୍ୟାରିୟର କରିବାକୁ ଚିନ୍ତା କରି ପରିବାର ଲୋକଙ୍କ ସହମତିରେ ବେଙ୍ଗାଲୁରୁ ଯାଇ ସେଠାରେ ମେକ୍‌ଅପ୍‌ ଉପରେ ୪ ମାସର ଏକ କୋର୍ସ କଲେ। ମେକ୍‌ଅପ୍‌ ମାନେ ପାର୍ଲର କୋର୍ସ ନୁହେଁ ବରଂ ସୋନାଲି ଜଣେ ପ୍ରଫେସନାଲ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ ସେଠାରେ ଟ୍ରେନିଂ ନେଲେ। ଆଉ ଟ୍ରେନିଂ ସମୟରେ ସେ ଯାହାବି ଶିଖୁଥିଲେ ସେ ସବୁକୁ ‘ଗ୍ଲାମ୍‌ ଅପ୍‌ ବାଏ ସୋନାଲି’ ନାଁରେ ନିଜର ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ସେଥିରେ ଶେୟାର କରିଦେଉଥିଲେ। ଯଦ୍ଦ୍ବାରା ତାଙ୍କର ବେଶ୍‌ କେତେଜଣ ଫଲୋଅର୍‌ ହୋଇଯାଇଥିଲେ; ତନ୍ମଧ୍ୟରୁ କିଛି ଫଲୋଅର୍‌ ଓଡ଼ିଶାର ବି ଥିଲେ। ଯେତେବେଳେ ଟ୍ରେନିଂ ସାରି ଓଡ଼ିଶା ଫେରିଥିଲେ, ଦେଢମାସ ପରେ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ତାଙ୍କୁ ଏକ ପ୍ରି-ଓ୍ବେଡିଂ ଶୁଟ୍‌ ପାଇଁ ମେକ୍‌ଅପ୍‌ ଦେବାର ଅଫର୍‌ ମିଳିଥିଲା। ନିର୍ଦ୍ଧାରିତ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ ଯାଏ ଶୁଟ ଚାଲିଲା। ଦିନଯାକର ପରିଶ୍ରମ ପରେ ୧୫ ଶହ ଟଙ୍କା ତାଙ୍କୁ ସେଦିନ ପାରିଶ୍ରମିକ ମିଳିଥିଲା। ଏଚ୍‌ଆର୍‌ ଚାକିରିରୁ ଦିନେ ଯେଉଁଠି ତାଙ୍କୁ ୧୫ ହଜାର ଟଙ୍କା ଦରମା ମିଳୁଥିଲା ସେଠି ଏହି ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ ମିଳିଥିବା ୧୫ ଶହ ଟଙ୍କା ଖୁବ୍‌ କମ୍‌ ହୋଇଥିଲେ ବି ସୋନାଲିଙ୍କୁ କିନ୍ତୁ ତାହା ଖୁବ୍‌ ଆତ୍ମତୃପ୍ତି ଦେଇଥିଲା। କାରଣ ଏଥିରେ ତାଙ୍କର ସ୍ବପ୍ନ ଆଉ ଉତ୍ସାହ ଭରି ରହିଥିଲା। ବାସ୍‌ ତା’ପରଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଜଣେ ପ୍ରଫେସନାଲ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ ୟା’ ଭିତରେ ଓଡ଼ିଶା ଫ୍ୟାଶନ ଜଗତରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ତା’ସହିତ ‘ଗ୍ଲାମ୍‌ ଆଣ୍ଡ ଗେଟି’ ନାମରେ ସୋନାଲିଙ୍କର ନିଜର ଏକ ଫ୍ୟାଶନ ହାଉସ୍‌ ବି ଅଛି; ଯେଉଁଠାରେ ଓଡ଼ିଶାର ହ୍ୟାଣ୍ଡଲୁମ୍‌ ବସ୍ତ୍ରକୁ ଫ୍ୟୁଜନ୍‌ ଲୁକ୍‌ ଦିଆଯାଉଛି; ଆଉ ଯାହାର ଭଲ ଚାହିଦା ବି ରହୁଛି। କେବଳ ସେତିକି ନୁହେଁ ଏବେ ସୋନାଲି ନିଜେ ଜଣେ ଫ୍ୟାଶନ ଆଇକନ୍‌ ଭାବେ ବିଭିନ୍ନ ର଼୍ୟାମ୍ପ ଶୋ’ରେ ଚାଲିବା ସହ ଜୁରି ମେମ୍ବର ଭାବେ ବିଭିନ୍ନ ଫ୍ୟାଶନ ଶୋ’ରେ ବି ଭାଗ ନେଉଛନ୍ତି। ଏପରି କି ଏଇ ନିକଟରେ ତାଙ୍କୁ ଏକ କ୍ୟାଲେଣ୍ଡର ଶୁଟ୍‌ ପାଇଁ ବି ଅଫର୍‌ ମିଳିଛି। ଆଉ ଏହି ଫ୍ୟାଶନ ପାଇଁ ସୋନାଲିକୁ ୟା’ଭିତରେ ଅନେକ ସମ୍ମାନ ଓ ପୁରସ୍କାର ବି ମିଳିସାରିଲାଣି; ଯାହାକି ତାଙ୍କୁ ଆହୁରି ଲୋକପ୍ରିୟତା ଆଣିଦେଇଛି।
-ଅମ୍ବ୍ରିତା ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri