ପ୍ରଫେଶନାଲ ଫୁଟ୍‌ଓ୍ବେର୍‌

ଅଫିସ୍‌କୁ ଯିବା ସମୟରେ ଫର୍ମାଲ ଡ୍ରେସ୍‌ ସହ ସେହିଭଳି ଫର୍ମାଲ ଶୁ ମଧ୍ୟ ପିନ୍ଧିବାକୁ ପଡ଼େ। ସେଥିପାଇଁ କିଭଳି ଫୁଟ୍‌ଓ୍ବେର ପିନ୍ଧିବେ, ତାକୁ ନେଇ ଅନେକ ଯୁବତୀଯୁବକ କନ୍‌ଫ୍ୟୁଜ୍‌ ଥାଆନ୍ତି। ତେବେ କିଭଳି ଫୁଟ୍‌ଓ୍ବେର ପିନ୍ଧିଲେ ଆପଣ ପ୍ରଫେସନାଲ ଲାଗିବେ ଜାଣନ୍ତୁ…

ଫର୍ମାଲ ଡ୍ରେସ୍‌ ପିନ୍ଧୁଥିଲେ ବ୍ଲାକ୍‌ କଲର ଲେଦର ବୁଟ୍‌ କିମ୍ବା ନର୍ମାଲ ବ୍ଲାକ୍‌ ବୁଟ୍‌ ଟିମ୍‌ଅପ୍‌ କରନ୍ତୁ। ଅଫିସିଆଲ୍‌ ଆଉଟ୍‌ଫିଟ୍‌ରେ ବୁଟ୍‌କୁ ସାମିଲ କଲେ ଆପଣ ସ୍ମାର୍ଟ ସହ ଷ୍ଟାଇଲିସ୍‌ ଦେଖାଯିବେ।
ଜୁତି କିମ୍ବା ସ୍ୟାଣ୍ଡେଲ ମଧ୍ୟ ଅଫିସ୍‌ଓ୍ବେର ପାଇଁ ଭଲ ଅପ୍ସନ। କମ୍‌ ଉଚ୍ଚତା ଯୁବତୀମାନେ ଏହାକୁ ପିନ୍ଧି କ୍ଲାସି ଲୁକ୍‌ ପାଇପାରିବେ।
ଫ୍ଲାଟ୍‌ ହିଲ୍‌ ମଧ୍ୟ ଅଫିସ୍‌ ପିନ୍ଧି ଆସିବା ପାଇଁ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ। ଏହା ସବୁ ଷ୍ଟାଇଲ୍‌କୁ ମ୍ୟାଚ୍‌ କରିବା ସହ ଆପଣଙ୍କୁ ଫର୍ମାଲ୍‌ ଆଉଟ୍‌ଫିଟ୍‌ରେ ବି କ୍ଲାସି ଏବଂ ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ଜୁତି ମଧ୍ୟ ସବୁ ଷ୍ଟାଇଲ୍‌କୁ ମାନିଥାଏ। ଆପଣ କୁର୍ତ୍ତି ଟ୍ରାଉଜରରେ ଥାଆନ୍ତୁ କିମ୍ବା ଷ୍ଟ୍ରେଟ କଟ୍‌ ଜିନ୍ସରେ ଏହା ସବୁବେଳେ ଫର୍ମାଲ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
ଆପଣ ଚାହିଁଲେ ଲୋଫର୍‌ ଶୁ ମଧ୍ୟ ଟ୍ରାଏ କରିପାରିବେ। ବ୍ରାଉନ୍‌ ଓ ବ୍ଲାକ୍‌ କଲର୍‌ ଲୋଫର୍‌ ଶୁ ଅଫିସ୍‌ ଓ୍ବେର ପାଇଁ ବେଷ୍ଟ ଅପ୍ସନ।