Categories: ଫୁରସତ

ଖାଦ୍ୟ ଖାଇ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ‘ପ୍ରଫେଶନାଲ ଇଟର’ ଯୁବତୀଙ୍କ ବିଷୟରେ

ଖାଇବା ସମୟରେ ଧିରେସୁସ୍ଥେ ଖାଦ୍ୟ ଖାଇବାକୁ କୁହାଯାଉଥାଏ। ଚୋବାଇ ଚୋବାଇ ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ସହ ଜୀର୍ଣ୍ଣ ମଧ୍ୟ ହୋଇଥାଏ। ସେଥିପାଇଁ ଖାଇବା ସମୟରେ ଟିଭି ଓ ମୋବାଇଲ ଦେଖିବାକୁ ପରିବାର ଲୋକେ ବାରଣ କରିଥାନ୍ତି। ହେଲେ ନିକଟରେ ଏକ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି ଯିଏ କି, କେଇ ମିନିଟରେ ପାଉଣ୍ଡ ପାଉଣ୍ଡ ଖାଦ୍ୟ ଶେଷ କରି ଦେଉଛନ୍ତି। ଖାଇବା ପସନ୍ଦ ତାହା ନୁହେଁ ଏବେ ସେ ସାରା ଦୁନିଆରେ ପ୍ରଫେଶନାଲ ଇଟର ଭାବେ ମଧ୍ୟ ଜଣାଶୁଣା। ଏହାକୁ ପେଶା ଭାବେ ନେଇ ସେ ଲକ୍ଷ ଲକ୍ଷ ଟଙ୍କା ଆୟ ମଧ୍ୟ କରୁ୍‌ଛନ୍ତି।

୨୯ବର୍ଷିୟ ଯୁବତୀ ଜଣକ ହେଲେ ରାଇନା ହୁଆଙ୍ଗ। ସେ ଦୁନିଆର କୋଣ-ଅନୁକୋଣକୁ ଯାଇ ଖାଦ୍ୟ ଖାଉଛନ୍ତି। ଖାଦ୍ୟ ଖାଉଛନ୍ତି ବୋଲି ନୁହେଁ ଖାଦ୍ୟ ଖାଇବାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରୁଛନ୍ତି। ଦୁନିଆରେ ଯେ କେଉଁଠି ବି ଶୀଘ୍ର ଖାଦ୍ୟ ଖାଇବାକୁ ନେଇ ଚ୍ୟାଲେଞ୍ଜ ଦିଆଯାଉଥିଲେ ସେ ଫଟାଫଟ ସେ ସ୍ଥାନକୁ ପହଞ୍ଚି ଯାଆନ୍ତି।
ଅନେକ ଚ୍ୟାଲେଞ୍ଜରେ ସେ ୩୫ମିନିଟରେ ୧୦୦ପ୍ଲେଟ ସୁଶି, ୭୦ମିନିଟରେ ୧୭ପାଉଣ୍ଡ ଷ୍ଟେକ ଶେଷ କରିଛନ୍ତି। ନିକଟରେ ସେ ଏକ ବଡ ଚ୍ୟାଲେଞ୍ଜରେ ବିଜୟୀ ହୋଇଛନ୍ତି। ୧୦ମିନିଟରେ ୧୦୦ମୋମୋ ଖାଇ ୧ହଜାର ଡଲାର ପୁରସ୍କାର ପାଇଛନ୍ତି। ଆମେରିକୀୟ ରାଇନା ବିଦେଶରେ ବିଭିନ୍ନ ସ୍ଥାନରେ ଖାଇବା ଚ୍ୟାଲେଞ୍ଜ ଗ୍ରହଣ କରି ୧୦ବର୍ଷ ଭିତରେ ୩୦ହଜାର ଡଲାର(୨୫ଲକ୍ଷ ଟଙ୍କା)ଆୟ କରିଛନ୍ତି। ନିକଟରେ ତାଇଓ୍ବାନ,ଜାପାନ ଓ ଭିଏତନାମାରେ ହେଉଥିବା ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ଯେଉଁଠି ସେ ୫ଫିଟ ୨ଇଞ୍ଚର ୧୦୮ପ୍ଲେଟ ସୁଶିକୁ ୩୫ମିନିଟରେ ହିଁ ଶେଷ କରିଥିଲେ।

ଏସମ୍ପର୍କରେ ରାଇନା କହିଛନ୍ତି, ପିଲାଦିନେ ସେ ଭିଡିଓ ଗେମ୍‌ ଖେଳିବା ସମୟରେ ଜଲଦି ଜଲଦିରେ ସବୁ ଖାଇବା ଶେଷ କରି ଦେଉଥିଲେ। ଯାହାକି ଅଭ୍ୟାସରେ ପରିଣତ ହୋଇଥିଲା। ଏବେ ସେ ସବୁ ରେଷ୍ଟୁରାଣ୍ଟ ଯାଇ ଚ୍ୟାଲେଞ୍ଜ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଏହି ନିଶା ଏବେ ମୋର ଫୁଲଟାଇମ କାମ ଭାବେ ପରିଣତ ହୋଇଛି।

Share