Posted inଫୁରସତ

ଖାଦ୍ୟ ଖାଇ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ‘ପ୍ରଫେଶନାଲ ଇଟର’ ଯୁବତୀଙ୍କ ବିଷୟରେ

ଖାଇବା ସମୟରେ ଧିରେସୁସ୍ଥେ ଖାଦ୍ୟ ଖାଇବାକୁ କୁହାଯାଉଥାଏ। ଚୋବାଇ ଚୋବାଇ ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ସହ ଜୀର୍ଣ୍ଣ ମଧ୍ୟ ହୋଇଥାଏ। ସେଥିପାଇଁ ଖାଇବା ସମୟରେ ଟିଭି ଓ ମୋବାଇଲ ଦେଖିବାକୁ ପରିବାର ଲୋକେ ବାରଣ କରିଥାନ୍ତି। ହେଲେ ନିକଟରେ ଏକ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି ଯିଏ କି, କେଇ ମିନିଟରେ ପାଉଣ୍ଡ ପାଉଣ୍ଡ ଖାଦ୍ୟ ଶେଷ କରି ଦେଉଛନ୍ତି। ଖାଇବା ପସନ୍ଦ ତାହା ନୁହେଁ ଏବେ ସେ ସାରା ଦୁନିଆରେ ପ୍ରଫେଶନାଲ ଇଟର ଭାବେ ମଧ୍ୟ ଜଣାଶୁଣା। ଏହାକୁ ପେଶା ଭାବେ ନେଇ ସେ ଲକ୍ଷ ଲକ୍ଷ ଟଙ୍କା ଆୟ ମଧ୍ୟ କରୁ୍‌ଛନ୍ତି।

୨୯ବର୍ଷିୟ ଯୁବତୀ ଜଣକ ହେଲେ ରାଇନା ହୁଆଙ୍ଗ। ସେ ଦୁନିଆର କୋଣ-ଅନୁକୋଣକୁ ଯାଇ ଖାଦ୍ୟ ଖାଉଛନ୍ତି। ଖାଦ୍ୟ ଖାଉଛନ୍ତି ବୋଲି ନୁହେଁ ଖାଦ୍ୟ ଖାଇବାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରୁଛନ୍ତି। ଦୁନିଆରେ ଯେ କେଉଁଠି ବି ଶୀଘ୍ର ଖାଦ୍ୟ ଖାଇବାକୁ ନେଇ ଚ୍ୟାଲେଞ୍ଜ ଦିଆଯାଉଥିଲେ ସେ ଫଟାଫଟ ସେ ସ୍ଥାନକୁ ପହଞ୍ଚି ଯାଆନ୍ତି।
ଅନେକ ଚ୍ୟାଲେଞ୍ଜରେ ସେ ୩୫ମିନିଟରେ ୧୦୦ପ୍ଲେଟ ସୁଶି, ୭୦ମିନିଟରେ ୧୭ପାଉଣ୍ଡ ଷ୍ଟେକ ଶେଷ କରିଛନ୍ତି। ନିକଟରେ ସେ ଏକ ବଡ ଚ୍ୟାଲେଞ୍ଜରେ ବିଜୟୀ ହୋଇଛନ୍ତି। ୧୦ମିନିଟରେ ୧୦୦ମୋମୋ ଖାଇ ୧ହଜାର ଡଲାର ପୁରସ୍କାର ପାଇଛନ୍ତି। ଆମେରିକୀୟ ରାଇନା ବିଦେଶରେ ବିଭିନ୍ନ ସ୍ଥାନରେ ଖାଇବା ଚ୍ୟାଲେଞ୍ଜ ଗ୍ରହଣ କରି ୧୦ବର୍ଷ ଭିତରେ ୩୦ହଜାର ଡଲାର(୨୫ଲକ୍ଷ ଟଙ୍କା)ଆୟ କରିଛନ୍ତି। ନିକଟରେ ତାଇଓ୍ବାନ,ଜାପାନ ଓ ଭିଏତନାମାରେ ହେଉଥିବା ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ଯେଉଁଠି ସେ ୫ଫିଟ ୨ଇଞ୍ଚର ୧୦୮ପ୍ଲେଟ ସୁଶିକୁ ୩୫ମିନିଟରେ ହିଁ ଶେଷ କରିଥିଲେ।

ଏସମ୍ପର୍କରେ ରାଇନା କହିଛନ୍ତି, ପିଲାଦିନେ ସେ ଭିଡିଓ ଗେମ୍‌ ଖେଳିବା ସମୟରେ ଜଲଦି ଜଲଦିରେ ସବୁ ଖାଇବା ଶେଷ କରି ଦେଉଥିଲେ। ଯାହାକି ଅଭ୍ୟାସରେ ପରିଣତ ହୋଇଥିଲା। ଏବେ ସେ ସବୁ ରେଷ୍ଟୁରାଣ୍ଟ ଯାଇ ଚ୍ୟାଲେଞ୍ଜ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଏହି ନିଶା ଏବେ ମୋର ଫୁଲଟାଇମ କାମ ଭାବେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?