ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା ନିର୍ବାହ କରିବା ସହ ଆର୍ଥିକ ଅଭିବୃଦ୍ଧି କରିଥାନ୍ତି। ମାତ୍ର ସରକାରୀ ପ୍ରୋତ୍ସାହନ ଅଭାବରୁ ଏଠାରେ ରହୁଥିବା କୁମ୍ଭକାରମାନେ ସେମାନଙ୍କ କୌଳିକ ବୃତ୍ତିଠାରୁ ଦୂରେଇ ଯାଉଛନ୍ତି। ଅତ୍ୟାଧୁନିକତାର ଛାପରେ ଗାଁ ଗହଳିରେ ଥିବା କୁମ୍ଭକାରମାନଙ୍କ ବୃତ୍ତି ଆଉ ବଞ୍ଚତ୍ପାରୁ ନାହିଁ।
ବ୍ଲକର ବଳିବିନ୍ଧା, ବଂଶୀପାଟଣା, ବାଷଠୀ, ମନ୍ଦାରୀ, ବିନାୟକପୁର, ବିରସ, ଗଦି, ଚୁଡ଼ାମଣି, ବେତଡ଼ା ସମେତ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ବହୁ ସଂଖ୍ୟାରେ କୁମ୍ଭକାର (କୁମ୍ଭାର) ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ସେମାନେ ବିଶେଷ ଭାବେ ମାଟିରେ ତିଆରି କଳସ, କୁମ୍ଭ, ପାତ୍ର, ତସଲା, ଗରା, ମାଟି ଘୋଡ଼ା, ମାଟି ହାତୀ, ଆଟିକା ଆଦି ବିଭିନ୍ନ ସାମଗ୍ରୀ ତିଆରି କରନ୍ତି। ବର୍ତ୍ତମାନ ଏସବୁ ସାମଗ୍ରୀର ଆଦର ଓ ଆବଶ୍ୟକତା କମି ଆସୁଥିବା ବେଳେ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁ ନ ଥିବାରୁ କୌଳିକ ବୃତ୍ତି ଏବେ ସଂକଟରେ। ମାଟି ସାମଗ୍ରୀ ତିଆରି ପାଇଁ ବହୁ କଳା କୌଶଳର ଆବଶ୍ୟକତା ସାଙ୍ଗକୁ ଅଭିଜ୍ଞତା ହିଁ ଏସବୁ ସାମଗ୍ରୀ ତିଆରି କରିବାରେ ସହାୟକ ହୋଇଥାଏ। ଖରିଦା ବିନାୟକପୁର ପଞ୍ଚାୟତର ବିନାୟକପୁର ହାଟ ନିକଟରେ କରୁଣାକର ବେହେରା ନିଜର କୌଳିକ ବୃତ୍ତିକୁ ଏଯାଏ ଜାବୁଡ଼ି ଧରିଛନ୍ତି। ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହେବା ସହ ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ମାତ୍ର ୧୮/୧୯ ବର୍ଷ ବୟସରୁ ନିଜ ପରିବାର ଲୋକଙ୍କଠାରୁ ମାଟି ସାମଗ୍ରୀ ତିଆରି କଳା କୌଶଳ ଶିକ୍ଷା କରି ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେଲା ବୃତ୍ତିକୁ ବଞ୍ଚାଇ ରଖିବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ ପାଇଁ ଏହି ବୃତ୍ତି ଦିନକୁ ଦିନ ହଜିବାକୁ ବସିଛି ବୋଲି ସେ କହିଛନ୍ତି। ସେହିପରି ବଳିବିନ୍ଧା ଗ୍ରାମର ନାରାୟଣ ବେହେରା କହନ୍ତି, ପୂର୍ବରୁ ତାଙ୍କ ବାପା, ବୁଢ଼ାବାପା ଏହି ବୃତ୍ତିକୁ ନିଜର ରୋଜଗାରର ପନ୍ଥା ଭାବେ ଗ୍ରହଣ କରିଥିବା ବେଳେ ଏବେ ଏହି ସାମଗ୍ରୀର ଚାହିଦା କମିଥିବାରୁ ବୁଡ଼ିବାକୁ ଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri