Categories: ଜାତୀୟ

କଶ୍ମୀର ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ହୋମ୍‌ ସାଇନ୍ସ ବିଭାଗର ପ୍ରୋଫେସର ଡା. ନିଲୋଫର ଖାନ୍‌ଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି କରିଛନ୍ତି। ଏହାପରେ ସେ କଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହୋଇଛନ୍ତି। ଭୂ-ତତ୍ତ୍ୱବିତ୍‌ ପ୍ରଫେସର ତଲତ ଅହମ୍ମଦଙ୍କ ସ୍ଥାନରେ ନିଲୋଫର ନିଯୁକ୍ତ ହୋଇଛନ୍ତି। ତଲତଙ୍କ କାର୍ଯ୍ୟକାଳ ୩ବର୍ଷ ରହିଥିବା ବେଳେ ଅଗଷ୍ଟ ୨୦୨୧ରେ ଶେଷ ହୋଇଥିଲା। ପ୍ରଫେସର ତଲତ ଅହମ୍ମଦ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କଶ୍ମୀର ବିଶ୍ୱବିଦ୍ୟାଳୟ ଭିସି ଭାବେ ନିଯୁକ୍ତ ହୋଇଥିଲେ।

Share