ଚାହିଦା ଅନୁସାରେ ପ୍ରଡକ୍ଟ ଚୟନ: ଦେବେଶ ପ୍ରସାଦ ନନ୍ଦ

ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଦେବେଶ ପ୍ରସାଦ ନନ୍ଦ ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ସେ ଆମେରିକାର କଲମ୍ବିଆ ୟୁନିଭର୍ସିଟିରେ ବଜେଟ୍‌ ଫାଇନାନ୍ସ ପାଠ ପଢ଼ି କର୍ପୋରେଟ୍‌ ସେକ୍ଟରରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସିଙ୍ଗାପୁର ଓ ବ୍ରିଟେନର କେତେକ କମ୍ପାନୀରେ ନିବେଶ କରି ଇନ୍‌ଭେଷ୍ଟମେଣ୍ଟ ଅନୁଭୂତି ପାଇଥିଲେ। ନିଜ କ୍ୟାରିୟର ଓ ପ୍ରଫେସନ ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ଏସବୁ ମନଖୋଲି କହିଛନ୍ତି ଦେବେଶ।

ଦୁର୍ଗେଶ ମୋଟର୍ସର ଯାତ୍ରା କିପରି ଆରମ୍ଭ ହୋଇଥିଲା?
୨୦୧୮ରେ ଦୁର୍ଗେଶ ମୋଟର୍ସ ଆରମ୍ଭ ହୋଇଥିଲା। କଟକ ଏବଂ ଭୁବନେଶ୍ୱରରେ ଆମର ଦୁଇଟି ସ୍କୋଡା ଶୋ’ରୁମ୍‌ ଥିବାବେଳେ ଚଳିତ ବର୍ଷ ସମ୍ବଲପୁର ଓ ରାଉରକେଲାରେ ଗୋଟିଏ ଲେଖାଏ ଶୋ’ରୁମ୍‌ ଓପନ୍‌ କରିଛୁ। ସେତେବେଳେ ସ୍କୋଡାର କୁସାକ୍‌ ଏବଂ ସ୍ଲାଭିଆ ମଡେଲ୍‌ ବଜାରରେ ଚାଲିଥିଲା। ଓଡ଼ିଶା ଏକ ପ୍ରାଇସ୍‌ ସେନ୍ସିଟିଭ ବଜାର। ଆମେ ସେ ସମୟରେ ମାସିକ ୧୦-୧୨ଟି କାର୍‌ ବିକ୍ରି କରିବାକୁ ସକ୍ଷମ ହେଉଥିଲୁ। ପରେ ଦେଶର ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ସ୍କୋଡା ଲୋକଙ୍କୁ ସୁହାଇବା ଭଳି କମ୍‌ ଦାମ୍‌ର କାର୍‌ ତିଆରି କରିଥିଲା। କୁସାକ୍‌ ମଡେଲ୍‌ର ଭଲ ବଜାର ଚାହିଦା ରହିଛି। ଏହାକୁ ଲୋକମାନେ ସ୍ପୋଟର୍‌ସ, ଫର୍ମାଲ୍‌ ଭାବରେ ବ୍ୟବହାର କରିପାରୁଛନ୍ତି। ବର୍ତ୍ତମାନ ମାସିକ ୧୦୦ରୁ ୧୨୦ କାର୍‌ ବିକ୍ରି ଲକ୍ଷ୍ୟ ରଖିଛୁ। ୩ ବର୍ଷ ମଧ୍ୟରେ ମାସିକ ୧୦-୧୨ଟିରୁ ୧୦୦-୧୨୦ କାର୍‌ ବିକ୍ରିର ଯାତ୍ରା କଠିନ ଥିଲା, କିନ୍ତୁ ବର୍ତ୍ତମାନ ଆମେ ନିଜ ବ୍ୟବସାୟକୁ ନେଇ ସନ୍ତୁଷ୍ଟ।
ବଜାରରେ ଉପଲବ୍ଧ ସ୍କୋଡାର ପୋର୍ଟଫୋଲିଓ?
ବର୍ତ୍ତମାନ ସ୍କୋଡାର ପୋର୍ଟଫୋଲିଓରେ ୫ଟି କାର୍‌ ରହିଛି। ଏହାର ସୁପର୍ଭ ମଡେଲ୍‌ ବିଳାସପୂର୍ଣ୍ଣ ଏବଂ କୋଡିଆକ୍‌୍‌ ମଡେଲ୍‌ ହେଉଛି ଏକ ଭଲ ଏସ୍‌ୟୁଭି। ଏହାଛଡ଼ା କୁସାକ୍‌ ମଧ୍ୟ ଏକ ଭଲ ମଡେଲ୍‌। ତେଣୁ ସ୍କୋଡା ନିକଟରେ ସବୁ ସ୍ତର ଏବଂ ସମସ୍ତ ପ୍ରକାର ଲୋକଙ୍କ ଚାହିଦା ପୂରଣ ହୋଇପାରୁଥିବା ଭଳି କାର୍‌ ରହିଛି।
ସମୟରେ ଆପଣ ଲୋକଙ୍କ ଚାହିଦା କିପରି ପୂରଣ କରୁଥିଲେ?
ସବୁ ବ୍ୟବସାୟ ଭଳି ଆମେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ସେମିକଣ୍ଡକ୍ଟର ଆଣ୍ଡ୍‌ ଚିପ୍ସ ସମ୍ପର୍କିତ ଅସୁବିଧାକୁ ସାମ୍ନା କରିଥିଲୁ। ସେ ସମୟରେ ୬-୮ ମାସ ପର୍ଯ୍ୟନ୍ତ ଆମକୁ କାର୍‌ ଡେଲିଭରି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା। ସ୍କୋଡାର ୫ଟି ମଡେଲ୍‌ର ଭିନ୍ନ ଭିନ୍ନ ପ୍ରକାର ରହିଛି। କମ୍ପାନୀ ଲୋକଙ୍କ ଚାହିଦାକୁ ନଜରରେ ରଖି କାର୍‌ ନିର୍ମାଣ କରିଥାଏ। ତେଣୁ ସେତେବେଳେ ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଆମେ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲୁ।
ମହାମାରୀ ସମୟରେ ବ୍ୟବସାୟର ସ୍ଥିତି କିଭଳି ରହିଥିଲା?
କୋଭିଡ୍‌ ମହାମାରୀ ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା। ସାଧାରଣତଃ ସଚେତନ ଲୋକେ ଭିଡ଼ ଭିତରକୁ ଯିବାକୁ କିମ୍ବା ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଚାହୁଁ ନ ଥିଲେ। ତେଣୁ ଏହାର ଉତ୍ତମ ପ୍ରଭାବ ଅଟୋ ସେକ୍ଟର ଉପରେ ପଡ଼ିଥିଲା। ବହୁ ଲୋକ ନିଜ ପରିବାର ଏବଂ ପିଲାଙ୍କ ସୁରକ୍ଷିତ ଗମନାଗମନ ପାଇଁ କାର୍‌ କ୍ରୟ କରିଥିଲେ। ଜଣେ ସାମାଜିକ ବ୍ୟକ୍ତି ଭାବେ ଏଭଳି ଘଟଣାକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ, କିନ୍ତୁ ଜଣେ ବ୍ୟବସାୟୀ ହିସାବରେ ଏହା ଆମ ପାଇଁ ଉତ୍ତମ ସୁଯୋଗ ଆଣିଦେଇଥିଲା।
ଅଟୋ ସେକ୍ଟର ଉଦ୍ୟୋକ୍ତାମାନଙ୍କୁ କି ପରାମର୍ଶ ଦେବେ ?
ଅଟୋ ଇଣ୍ଡଷ୍ଟ୍ରି କୌଣସି ମ୍ୟୁଚୁଆଲ୍‌ ଫଣ୍ଡ୍‌ ଇନ୍‌ଭେଷ୍ଟମେଣ୍ଟ କିମ୍ବା ଷ୍ଟକ୍‌ ମାର୍କେଟ୍‌ ଇନ୍‌ଭେଷ୍ଟମେଣ୍ଟ ନୁହେଁ ଯେ ଆଜି ଆମେ ଅର୍ଥ ନିବେଶ କରିବା ଏବଂ କିଛିଦିନ ପରେ ଲାଭ ପାଇଯିବା। ଏହା ଏକ ପୁଞ୍ଜି ପ୍ରଧାନ ଏବଂ ଭିତ୍ତିଭୂମି ପ୍ରଧାନ ଉଦ୍ୟୋଗ। ତେଣୁ ଆପଣ ଅଟୋ ସେକ୍ଟର ପାଇଁ ନିବେଶ କରିବା ପରେ ସେ ଦିଗରେ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଲାଭ ପାଇବା ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ। ନିଜ ବଜାର ଆଖପାଖ ଲୋକଙ୍କ ଚାହିଦାକୁ ନଜରରେ ରଖି ଆପଣଙ୍କୁ ପ୍ରଡକ୍ଟ ଚୟନ କରିବାକୁ ପଡ଼ିବ। ୩-୪ ବର୍ଷ ପରେ ଆପଣ ତା’ର ସୁଫଳ ପାଇପାରିବେ।
ଭବିଷ୍ୟତ ପାଇଁ କ’ଣ ଯୋଜନା ରହିଛି?
ଦକ୍ଷିଣ ଓଡ଼ିଶାରେ ଶୋ’ରୁମ୍‌ ଖୋଲିବାକୁ ଲକ୍ଷ୍ୟ ରଖିଛୁ। ବ୍ରହ୍ମପୁର ଓ ଜୟପୁରରେ ଶୋ’ରୁମ୍‌ ଖୋଲିବା ଯୋଜନା ରହିଛି।
ପାଠପଢ଼ା ଏବଂ ଅଭିଜ୍ଞତା ସମ୍ପର୍କରେ କିଛି କହିବେ?
ଭୁବନେଶ୍ୱରସ୍ଥିତ ବିଜେବି କଲେଜ୍‌ରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ସ୍ନାତକୋତ୍ତର ଶେଷ କରିଥିଲି। ପରେ ୟୁଏସ୍‌ଏସ୍ଥିତ କଲମ୍ବିଆ ୟୁନିଭର୍ସିଟିରୁ ବଜେଟ୍‌ ଫାଇନାନ୍ସରେ ଡିପ୍ଲୋମା ଶିକ୍ଷା ଶେଷ କରି କର୍ପୋରେଟ୍‌ ସେକ୍ଟରରେ ନିଜ କ୍ୟାରିୟର ଆରମ୍ଭ କରିଥିଲି। କୋକାକୋଲାର ଓଡ଼ିଶା ବ୍ରାଞ୍ଚ୍‌ ପାଇଁ ମଧ୍ୟ କାର୍ଯ୍ୟ କରିଛି। ସିଙ୍ଗାପୁରର କିଛି ଇନ୍‌ଫ୍ରାଷ୍ଟ୍ରକ୍ଚରଭିତ୍ତିକ କମ୍ପାନୀରେ ନିବେଶ ଆରମ୍ଭ କରିଥିଲି ଏବଂ ପରେ ୟୁକେର ସଫ୍ଟଓ୍ବେର କମ୍ପାନୀରେ ମଧ୍ୟ ନିବେଶ କରିଥିଲି। ୨୦୧୮ରୁ ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri