ପାହାଡ଼ ଉପରୁ ଖସିଲା ପ୍ରୋକଲିନ୍‌, ଚାଲିଗଲା ଚାଳକଙ୍କ ଜୀବନ

ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ଼ରେ ଶନିବାର ଏକ ଅଘଟଣ ଘଟିଛି। ପାହାଡ଼ ଉପରୁ ପ୍ରୋକଲିନ ଖସି ପଡ଼ିବାରୁ ଚାଳକଙ୍କ ଜୀବନ ଚାଲିଯାଇଛି। ଖବରପାଇ ସଦର ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।