ପାକିସ୍ତାନରେ ଜାରି ରହିଛି ହିନ୍ଦୁ ମନ୍ଦିର-ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା

ଇସଲାମାବାଦ,୨୨ ।୨: ପାକିସ୍ତାନରେ ହିନ୍ଦୁ ମନ୍ଦିର ଓ ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା ଲଗାତାର ଜାରି ରହିଛି । ଏବେ ମହାଭାରତ ସମୟ ସହ ଜଡିତ ପଞ୍ଚ ତିରଥକୁ ଅପବିତ୍ର କରିବାର ଘଟଣା ସାମ୍ନାକୁ ଆସିଛି । ଖେବର-ପଖତୁନଖ୍ୱାର ରାଜଧାନୀ ପେଶାୱରରେ ପୂର୍ବରୁ ପଞ୍ଚ ତିରଥ ହିନ୍ଦୁ ତୀର୍ଥ ସ୍ଥଳ ଥିଲା, ହେଲେ ଏବେ ଏହାର ବ୍ୟବହାର ଗୋଦାମ ଭାବେ କରାଯାଉଛି ।
ବିଟର ୱିଂଟର ପତ୍ରିକାର ରିପୋର୍ଟ ଅନୁଯାୟୀ, ଏହି ତୀର୍ଥ ସ୍ଥଳ ରାଜା ପାଣ୍ଡୁଙ୍କ ୫ ପୁତ୍ର ଓ ପାଣ୍ଡବ ଶୀଷ୍ୟଙ୍କ ସହ ଜଡିତ । ୧,୦୦୦ ବର୍ଷ ପର୍ଯ୍ୟନ୍ତ ଏହାର ବ୍ୟବହାର ହିନ୍ଦୁ ତୀର୍ଥ ସ୍ଥଳ ଭାବେ ହେଉଥିଲା, ହେଲେ ଆବଣ୍ଟନ ପରେ ଏଠାରେ କେବଳ ଦୁଇଟି ଜୀର୍ଣ୍ଣଶୀର୍ଣ୍ଣ ମନ୍ଦିର ରହିଯାଇଛି । ଏହି ଅଞ୍ଚଳ ସ୍ଥାନୀୟ ସରକାରଙ୍କ ହାତରୁ ଚାଲିଯାଇ ଚାକା ୟୁନୁସ ଫ୍ୟାମିଲି ପାର୍କର ସଂଚାଳନ କରୁଥିବା ଏକ ଘରୋଇ କମ୍ପାନୀକୁ ବିକ୍ରି କରି ଦିଆଯାଇଛି ।

Share