ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା

ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ ପରିବାଠାରୁ ଆରମ୍ଭକରି ସାଧାରଣ ଜୀବନରେ ଆବଶ୍ୟକ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଏ ସମ୍ପର୍କରେ ବଜାର ବିଶେଷଜ୍ଞଙ୍କ କହିବା କଥା, ୨୦୧୯-୨୦ ଆର୍ଥିକ ବର୍ଷରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୭୩ ଏବଂ ୬୭ ଟଙ୍କାରେ ବିକ୍ରି ହେଉଥିଲା। ଗତ ଦୁଇ ବର୍ଷରେ ତୈଳ ଦର ବ୍ୟାପକ ଭାବେ ବୃଦ୍ଧି ପାଇଛି। ୨୦୧୯-୨୦ରୁ ୨୦୨୦-୨୧ ମଧ୍ୟରେ ପେଟ୍ରୋଲ ପ୍ରାୟ ୧୮ ଟଙ୍କା ବଢ଼ିଥିବା ବେଳେ ଡିଜେଲ ୧୪ ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୧-୨୨ର ଅଦ୍ୟାବଧି ସମୟ ମଧ୍ୟରେ ପେଟ୍ରୋଲ ଉପରେ ଅତିରିକ୍ତ ୬ ଟଙ୍କା ବଢ଼ି ୨୪ ଟଙ୍କାରେ ଏବଂ ଡିଜେଲରେ ୭ ଟଙ୍କା ବୃଦ୍ଧିହୋଇ ୨୧ ଟଙ୍କାରେ ପହଞ୍ଚତ୍ଛି। ଫଳରେ କରୋନା ମହାମାରୀ ଭଳି ମାନ୍ଦାବସ୍ଥାରେ ଖାଉଟିଙ୍କ ପକେଟ ଉପରେ ଭାରି ପଡୁଥିବା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଦେଶରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ବଜାରରେ ପନିପରିବା ଦରଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଅଁା ହୋଇଛି, ଯାହା ଜଣେ ଗରିବ ଓ ମଧ୍ୟବିତ୍ତଙ୍କ ପକ୍ଷେ ଅସମ୍ଭବ ବୋଲି କୁହାଯାଇଛି। ଚଳିତବର୍ଷ ମେ ୪ରୁ ଅଦ୍ୟାବଧି ୨୬ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଘଟିଲାଣି। ଫଳରେ ଟ୍ରାନ୍ସପୋର୍ଟରେ ଆସୁଥିବା ପନିପରିବା, ଫଳ ଓ ଅନ୍ୟ ସମସ୍ତ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି।
ରାଜ୍ୟରେ ୨୦୨୦-୨୧ରେ ଯେଉଁସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ୧୦୦ରୁ ଊର୍ଦ୍ଧ୍ୱ କିମ୍ବା ୧୦୦ ନିକଟବର୍ତ୍ତୀରେ ବିକ୍ରି କରାଯାଉଥିଲା, ବର୍ତ୍ତମାନ ସମୟରେ ସେସବୁ ୧୭୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାର ପ୍ରମୁଖ କାରଣ ହେଉଛି ଇନ୍ଧନ ଦର ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ପରିମାଣ ବୃଦ୍ଧି ସହ ଉପତ୍ାଦନ ହ୍ରାସ ପାଉଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେହିଭଳି ଯେଉଁସବୁ ପନିପରିବା ବାହାର ରାଜ୍ୟରୁ ଆମଦାନୀ ହେଉଛି ତା’ର ଦର ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଛି। ଇନ୍ଧନର ଦର ବୃଦ୍ଧି ଯୋଗୁ ପରିବହନ ଭଡ଼ା ବୃଦ୍ଧି ପାଇଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ପରିବର୍ତ୍ତନ ହେଉଛି। ଆଳୁ, ପିଆଜ, ତେଲ,ମସଲା ଆଦି ବାହାର ରାଜ୍ୟରୁ ଆସୁଥିବାରୁ ସେ ସବୁର ଦର ଆକାଶଛୁଆଁ ହେଉଛି। ଭୁବନେଶ୍ୱରର ବିଭିନ୍ନ ପରିବାହାଟରେ ପରିବା ଦର ଉପରମୁହଁା ରହିଥିବା ବେଳେ ମସଲା ଓ ତୈଳ ଜାତୀୟ ସାମଗ୍ରୀ ଦର ସର୍ବାଧିକ ରହୁଛି ବୋଲି ବ୍ୟବସାୟୀମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri