‘ଉପୁଜୁଥିବା ସମସ୍ୟା ଦୂର ହେବ’

ସମ୍ବଲପୁର,୨୬।୧୦(ବ୍ୟୁରୋ):  ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରହିଛି। ନୂତନ କୋଠାରେ ଅଫିସ ପରିଚାଳନା କାର୍ଯ୍ୟ ହେଲେ ଉପୁଜୁଥିବା ବିଭିନ୍ନ ସମସ୍ୟା ଦୂର ହୋଇଯିବ ବୋଲି ଓଏସ୍‌ଓୟୁ କୁଳପତି ଅର୍କକେଶରୀ ଦାସ ମହାପାତ୍ର ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ସରକାର ବସନ୍ତପୁର ନିକଟରେ ୪୦ ଏକର ଜମି ଯୋଗାଇ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ ଏକର ଜମିରେ କୋଠା ଓ ବାଉଣ୍ଡରି କାନ୍ଥ ନିର୍ମାଣ କାମ ହୋଇଛି। ବାଉଣ୍ଡରି କାନ୍ଥ କାମ ଶେଷ ହୋଇଥିବାବେଳେ କୋଠାରେ ବିଦ୍ୟୁତ୍‌ ଉପକରଣ ଲଗାଇବା ଓ ଫିନିଶିଂ କାମ କିଛି ବାକି ରହିଛି। ଗୋଟିଏ ମାସରେ କାମ ଶେଷ ହୋଇଯିବା ଲକ୍ଷ୍ୟ ରହିଛି। ନୂତନ ଶିକ୍ଷାବର୍ଷରୁ ନୂଆ କୋଠାରେ ଅଫିସ ପରିଚାଳନା କରାଯିବ। ଏବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପବ୍ଲିକ ଲାଇବ୍ରେରି ଓ ଶାନ୍ତିନଗରସ୍ଥିତ ୨ ଗୋଟି ଭଡାଘରେ ଅନୁଷ୍ଠାନ ଚାଲୁଛି। ନୂତନ କୋଠା ହୋଇଗଲେ ଗୋଟିଏ ସ୍ଥାନରେ ଅଫିସ କାମ ସହ ଅନ୍ୟାନ୍ୟ କାମ କରିବାକୁ ସୁବିଧା ହେବ। ଅଭିଭାବକ ଓ ଛାତ୍ରୀଛାତ୍ର ଏହା ଦ୍ୱାରା ଉପକୃତ ହୋଇପାରିବେ। ପର୍ଯ୍ୟାୟକ୍ରମେ ଓଏସ୍‌ଓୟୁର କୋଠା ନିର୍ମାଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୧୫ରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି। ଏବେ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଏହାର ଶାଖା ଖୋଲାଯାଇଥିବା ବେଳେ ସମ୍ବଲପୁର ଜିଲାରେ ମୁଖ୍ୟାଳୟ ରହିଛି। ନିଜସ୍ବ କୋଠା ନ ଥିବାରୁ ବହୁ ସମସ୍ୟା ହେଉଥିଲା। ପରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଥିଲେ। ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ଏଥିପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୨ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ଚଳିତ ଶିକ୍ଷାବର୍ଷରେ ୨୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇ ସାରିଛନ୍ତି। ପ୍ରଥମେ ହାତଗଣତି କେତେକ ପାଠ୍ୟକ୍ରମରୁ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏବେ ୧୩ ପିଜି ପାଠ୍ୟକ୍ରମ,୧୧ ୟୁଜି ପାଠ୍ୟକ୍ରମ ସହ ୪ ଗୋଟି ବିଷୟରେ ଡିପ୍ଲୋମା ରହିଛି। ଚାକିରି କରୁଥିବା ଯୁବତୀଯୁବକଙ୍କ ପଦୋନ୍ନତି ପାଇଁ ମଧ୍ୟ ଏଠାରେ ପାଠ ପଢିବାର ସୁଯୋଗ ରହିଛି। ଏପରି କି ଜେଲରେ ସଜା କାଟୁଥିବା କଏଦୀମାନଙ୍କୁ ମଧ୍ୟ ଓଏସ୍‌ଓୟୁ ପକ୍ଷରୁ ଶିକ୍ଷାଦାନ କରାଯାଉଛି। ବେକାର ଓ ରୋଜଗାରକ୍ଷମ ଯୁବତୀଯୁବକଙ୍କୁ ଉଚ୍ଚ ଶିକ୍ଷିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଓଏସ୍‌ଓୟୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri