ସମସ୍ୟାରେ ୭,୮ ନଂ. ଓ୍ବାର୍ଡବାସୀ

ସୁନାବେଡ଼ା, ୧୦ା୩(ସ୍ବ. ପ୍ର.) ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଥିରୁ ଲୋକେ ଉପକୃତ ହେଉ ନ ଥିବା ଅଭିଯୋଗ ହେଉଛି। ସୁନାବେଡ଼ା ୮ନଂ. ୱାର୍ଡ ଏଇଏଫ୍‌ ମାର୍କେଟ ନିକଟସ୍ଥ ଡ୍ରାଇଭର କଲୋନିରେ ସୁଧୁରୁନି ସମସ୍ୟା। କଲୋନିର ଆରମ୍ଭରେ ରହୁଥିବା ଦୁଇଟି ପରିବାର ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ଗୋଟିଏ ପରିବାର ଜରିପାଲ ତଳେ ଦିନ କାଟୁଥିବା ବେଳେ ଅନ୍ୟ ଏକ ପରିବାର ନିଜଘର ବଦଳରେ ଅନ୍ୟ ଜଣଙ୍କ ବାରଣ୍ଡାରେ ଜୀବନ ବିତାଉଛନ୍ତି। ସେମାନଙ୍କ ସମ୍ପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ମିଳିନାହିଁ। ସେହିପରି ୭ ଓ ୮ ନମ୍ବର ୱାର୍ଡରେ କିଛି ବର୍ଷ ତଳେ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ହିତାଧିକାରୀ ଜାଗାର ପଟ୍ଟା ପାଇନାହାନ୍ତି। ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ଏଠାରେ ୨୦୧୨-୧୩ ବର୍ଷରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା। ତାହା ଏପର୍ଯ୍ୟନ୍ତ ଲୋକଙ୍କ କାମରେ ଲାଗିପାରିନାହିଁ। ପରେ ୨୦୧୮ରେ ଏହାର ମରାମତି ବାବଦରେ ପୁଣି ୩ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଅଥଚ ଏଯାଏ ଶୌଚାଳୟ ତାଲା ଖୋଲାଯାଇପାରିଲା ନାହିଁ। କଲୋନିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି। ୭ନଂ. ୱାର୍ଡ ରାଜୀବ କଲୋନିଠାରୁ ହାଉସିଂ ବୋର୍ଡ ରାସ୍ତା ଅବସ୍ଥା ଶୋଚନୀୟ। ୨୦୧୬ରୁ ଏପର୍ଯ୍ୟନ୍ତ ଏହି ୧କି.ମି. ମାଟି ରାସ୍ତା ପକ୍କାରାସ୍ତା ହୋଇପାରିନାହିଁ। ପାନୀୟ ଜଳ ଲାଗି ବିଛାଯାଇଥିବା ପାଇପ୍‌କୁ ବର୍ଷାପାଣି ନିଷ୍କାସନ ଡ୍ରେନ୍‌ ମଧ୍ୟ ଦେଇ ଯାଇଥିବାରୁ ପାଇପ୍‌ ଫାଟି ଆବର୍ଜନା ପାଣି ମିଶୁଛି। ସେହିପରି ଦାସ କଲୋନି ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଥାଏ। ଉକ୍ତ ଅଞ୍ଚଳରେ ରହୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାର ଦୁର୍ଦ୍ଦଶାରେ ଦିନ କାଟିଥାନ୍ତି। ରାସ୍ତାକଡ଼ରେ ଡ୍ରେନ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀ ପୌର ପ୍ରଶାସନଠାରୁ ଜନ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରିନାହିଁ। ୮ ନଂ. ୱାର୍ଡର ପ୍ରତିନିଧି ଅଶୋକ ମାଝି ପ୍ରଶାସନକୁ ଏନେଇ ଜଣାଇଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ଲୋକଙ୍କ ସମସ୍ୟା ସମାଧାନ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri