ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ ବିବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ସୋମବାର ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ସହ ଚାଷୀ ପ୍ରତିନିଧି ବୃନ୍ଦ ସବିଶେଷ ଆଲୋଚନା କରିବା ସହ ଗଞ୍ଜାମ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଧାନମଣ୍ଡିରେ ଚାଷୀଙ୍କ ନାଁ ରେଜିଷ୍ଟ୍ରେସନ ତାରିଖ ଅବଧି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏ ବର୍ଦ୍ଧିତ କରାଯାଉ। ରେଜିଷ୍ଟ୍ରେଶନ ନିୟମକୁ ସରଳୀକରଣ କରାଯାଉ।
ବିକ୍ରୀ ପାଇଁ ମଣ୍ଡିରେ ରେଜିଷ୍ଟ୍ରଶନ କରିବାରୁ ବଞ୍ଚିତ ହେଉଛନ୍ତି। ଫଳରେ ପ୍ରତିବର୍ଷ ଗାଁ ଗହଳରେ ସାହୁକାର ମହାଜନ ମାନଙ୍କଠାରୁ ସୁଧ(କଳନ୍ତର)ରେ ଟଙ୍କା ଆଣି ଧାର କରଜ କରି ଜମିରେ ଧାନ ଚାଷ କରିଥିବା ଗରିବ ଅସହାୟ ଚାଷୀ ପରିବାର କ୍ଷତି ସହିବା ଆଶଙ୍କା ପ୍ରକାଶ ପାଇଛି ବୋଲି କୃଷକ ସଭାର କାର୍ଯ୍ୟକର୍ତ୍ତା ଆଇନଜୀବି କୁରେଶୁ ପଣ୍ଡା କହିଛନ୍ତି ।
ସେହିପରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଚାଷୀ ବୃନ୍ଦ ମଧ୍ୟ ମଣ୍ଡିରେ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରି କରିବାରେ ଅସୁବିଧା ଭୋଗିବେ ବୋଲି କୃଷକ ସଭାର ଗଞ୍ଜାମ ଜିଲା ସମ୍ପାଦକ ପି.ଶିବଶଙ୍କର ଓ ବ୍ଲକ କମିଟି ସଭାପତି ସୁଶାନ୍ତ କୁମାର ଷଡଙ୍ଗୀ କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଶଶି ଭୂଷଣ ରଥ,ଉଜ୍ଜଳ ସାହୁ, କିଶୋର ଚନ୍ଦ୍ର ଜେନା,ପି.ବିଶନାଥ,ପି.ଗୋବିନ୍ଦ,ଏମ.ଜଗନ୍ନାଥ,ପି.ହୃଷୀକେଶ ରାଓ, ଅର୍ବ୍ଦୁ. ପୁରୁଷୋତ୍ତମ, ଇ. ସିମାଦ୍ରୀ, ଅର୍ଦ୍ଦୁ. ହରି, ଅର୍ବ୍ଦୁ. ସୂର୍ଯ୍ୟନାରାୟଣ, ଅର୍ଦ୍ଦୁ. କୃଷ୍ଣମୂର୍ତ୍ତି, କେ. ବାଲାଜୀ, ବି. କାଳିଆ, ଏମ. ରାମଚନ୍ଦ୍ର,ଏମ. ଚୈତନ୍ୟ,ଜି. ଶୁକୁରୁ, ପି. ହୃଷିକେଶ ରାଓ,ଇ. କୈଳାଶ, ଏ. ଭାସ୍କର,ଏ.ଦୟାଳୁ, ଏନ. ଚକ୍ରପାଣି,ଏ. ମାଧବ, ଏ. ମୁତିଆଲୁ,ପି.ରଘୁ ପ୍ରମୁଖ ବହୁସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ।