ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୫।୧: ସରକାର ଧାନ କିଣିବା ପାଇଁ ମଣ୍ଡି ଖୋଲୁଛନ୍ତି। ୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ଭିତରେ ଏହି ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ବିଳମ୍ବରେ ଅର୍ଥାତ୍‌ ଜାନୁୟାରୀ ୬ରୁ ମଣ୍ଡି ଖୋଲିଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳର କମ୍‌ ସଂଖ୍ୟକ ପାକ୍ସ (ସେବା ସମବାୟ ସମିତି)ରେ ଧାନ କିଣା ଅଭିଯାନ ଆରମ୍ଭ ହୋଇଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଞ୍ଚଳର ୨୮ପାକ୍ସ ମଧ୍ୟରୁ ମାତ୍ର ୩ଟିରେ ଗୁରୁବାର ଧାନ କିଣା ହୋଇଛି। ଜଗତ୍‌ସିଂହପୁର ଆର୍‌ଏମ୍‌ସି ଅନ୍ତର୍ଗତ ୭୩ ପାକ୍ସ ଓ ୬ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୮ଟି ସେବା ସମବାୟ ସମିତି ଓ ଗୋଟିଏ ଏସ୍‌ଏଚ୍‌ଜି ଏହି କାମ ଆରମ୍ଭ କରିଛନ୍ତି । ଏବେଠାରୁ ଧାନ କିଣାରେ ଅବ୍ୟବସ୍ଥା ପଦାକୁ ଆସୁଛି। ମିଲରମାନଙ୍କ ପକ୍ଷରୁ ଅଖା (ଝୋଟ) ଦିଆଯାଉ ନ ଥିବାରୁ ବାଧ୍ୟ ହୋଇ ଚାଷୀ ଜରି ଅଖା (ଗୋଟା ୧୫ ଟଙ୍କା)ରେ ଧାନ ଭରି ମଣ୍ଡିରେ ପହଞ୍ଚାଉଛନ୍ତି। ଅନ୍ୟପଟେ କୁଇଣ୍ଟାଲ ପିଛା ୨ରୁ ୩ କିଲୋଗ୍ରାମ ଧାନ କଟାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗକୁ ନେଇ ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପାକ୍ସରେ ଗୁରୁବାର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଯାଇଥିଲା। ଆଗକୁ ସବୁକିଛି ଠିକ୍‌ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଧାନ ବିକ୍ରି କରିଥିଲେ। କିନ୍ତୁ ୨ଟି ପରିବର୍ତ୍ତେ ଗୋଟିଏ ଟ୍ରକ୍‌ ଆସିଥିବାରୁ ଅନେକ ଚାଷୀ ନିରାଶ ହୋଇଥିଲେ। ଏଥିସହ ଟୋକନ ଆସିବାରେ ବିଳମ୍ବ ହେବାରୁ ଅସନ୍ତୋଷ ସୃଷ୍ଟି କରିଛି। ଆଗକୁ ପରିସ୍ଥିତିରେ ସୁଧାର ଆସୁଛି କି ପୂର୍ବପରି ଲାଗି ରହୁଛି ତାହା ସମୟ କହିବ।
ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୩, ବରଗଡ଼ ୫ ଓ ସମ୍ବଲପୁର ଜିଲାରୁ ୨୦ ଏହିପରି ମୋଟ୍‌ ୨୮ ମିଲର ଧାନ କିଣାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ରଘୁନାଥପୁର ବ୍ଲକ ଛପଡ଼ାର ଅନନ୍ୟା ମହାନ୍ତି, ତାରପୁରର ଗଙ୍ଗାଧର ଜେନା, ଜଗତ୍‌ସିଂହପୁର ବ୍ଲକ ସାଳଜଙ୍ଗର ବିଭୂତି ଭୂଷଣ ଲେଙ୍କା, ନାଉଗାଁ ବ୍ଲକ ଓଷକଣାର ରଘୁନାଥ ନାୟକ ପ୍ରମୁଖ ଅଭିଯୋଗରେ କହିଛନ୍ତି, ସେମାନଙ୍କ ଗାଁର କିଛି ଲୋକଙ୍କ ପାଖକୁ ଟୋକନ ପାଇଁ ଡିଜିଟାଲ ମେସେଜ୍‌ ଆସିଛି। କିନ୍ତୁ ସେମାନଙ୍କ ପାଖକୁ ଆସିନାହିଁ। ପୁରୁଣାବସନ୍ତ ଗ୍ରାମର ସୁରେଶ ସାହୁଙ୍କ ସମେତ କେତେଜଣ କହିଛନ୍ତି, ଝୋଟ ଅଖା ଦିଆଯାଉନି। ଏଣେ ଓଜନ କମାଯାଉଛି। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ସରକାର ସାଧାରଣ ଓ ଗ୍ରେଡ୍‌-ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୨୦୪୦ ଓ ୨୦୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଚଳିତବର୍ଷ ଚାଷୀମାନେ ସେମାନେ କେତେ ଜମିରେ ଧାନ ଚାଷ କରିଛନ୍ତି ସେ ସମ୍ପର୍କିତ କାଗଜପତ୍ର ପାକ୍ସଗୁଡ଼ିକରେ ଦାଖଲ କରିଛନ୍ତି । କିନ୍ତୁ ସେଗୁଡିକର ପରିମାଣ ପାକ୍ସରେ ଡିସପ୍ଲେ କରାଯାଇ ନାହିଁ। ପରେ ସାଟେଲାଇଟ୍‌ ସର୍ଭେ କରାଯାଇଛି। ଗତ ବର୍ଷ ଅଖା ପଇସାରେ ବ୍ୟାପକ ଅନିୟମିତତା ହୋଇଥିଲା। ଚଳିତବର୍ଷ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ ଆଶଙ୍କା ରହିଛି। କେବଳ ଏତିକି ନୁହେଁ, ନାନା ବାହାନା ଦେଖାଇ ପାକ୍ସଗୁଡିକ ଅଧିକ ଧାନ ନେଇ କମ୍‌ ଦର୍ଶାଉଛନ୍ତି। ଗାଡି ସମସ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି ଜିଲାରୁ ବହୁ ପରିମାଣର ଧାନ ଉଠିବାର ଥିବାରୁ ଆଗକୁ ବ୍ୟବସ୍ଥାରେ ସୁଧାର ଅଣା ନ ଗଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଶୁକ୍ରବାର ସମସ୍ତ ବ୍ଳକ ଅଞ୍ଚଳରେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ସତ୍ତ୍ୱେ ମାତ୍ର ୪ଟି ଖୋଲିଥିବା ସ୍ବାଇଁ କହିଛନ୍ତି।
ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁଜାତା ମିଶ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ୯ ହଜାର ୯୯୫ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶୁକ୍ରବାରଠାରୁ ୮ ବ୍ଲକ ଅଞ୍ଚଳ ମୋଟ୍‌ ୧୦୫ ପାକ୍ସ ଓ ୬ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନ କିଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୁଣାବସନ୍ତରେ ଝୋଟ ଅଖାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri