କରୋନା ପରବର୍ତ୍ତୀ ସମସ୍ୟା

ଡା. ସତ୍ୟସ୍ବରୂପ ପଟ୍ଟନାୟକ

 

କରୋନାରୁ ସୁସ୍ଥ ହେଉଥିବା କିଛି ବ୍ୟକ୍ତିଙ୍କଠାରେ ଜଟିଳତା ପ୍ରକାଶ ପାଉଛି। ଅନେକ ଜୀବନ ମଧ୍ୟ ଯାଉଛି। ଆଗକୁ ମୃତ୍ୟୁହାର ମଧ୍ୟ ଅଧିକ ହେବାର ଆଶଙ୍କା ରହିଛି ଯଦି କରୋନାର ଦ୍ୱିତୀୟ ଲହର ପ୍ରାଦୁର୍ଭାବ ବଢ଼ାଏ। ସୁସ୍ଥ ହେବାର ଛଅ ମାସରୁ ବର୍ଷେ ଯାଏ ସୁସ୍ଥ ହେଉଥିବା ରୋଗୀଙ୍କ ସମସ୍ୟା ଆସିପାରେ। ତେଣୁ ଏ ଦିଗରେ ଅଧିକ ସତର୍କ ରହିବାକୁ ହେବ। କରୋନାରୁ ସୁସ୍ଥ ହେବା ପରେ ପୁନଃ ସଂକ୍ରମଣର ଆଶଙ୍କା କମ୍‌। ବର୍ତ୍ତମାନ ଯାଏ ସାରା ବିଶ୍ୱରେ ୪/୫ ଜଣ ପୁନଃ ସଂକ୍ରମଣର ବୈଜ୍ଞାନିକ ତଥ୍ୟ ରହିଛି। ଭାରତରେ ମଧ୍ୟ ଏମିତି ୨ଜଣ ଲୋକ ଚିହ୍ନଟ ହୋଇଛନ୍ତି। ସାମାନ୍ୟ ସଂକ୍ରମିତ ଓ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ରୋଗୀ ଆଉ ଥରେ ସଂକ୍ରମିତ ହେଉଛନ୍ତି। କରୋନା ଆକ୍ରାନ୍ତ ହେଉଛି ୩ ଶ୍ରେଣୀର। ସାମାନ୍ୟ, ମଧ୍ୟମ ଓ ଗୁରୁତର। ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିବା ରୋଗୀଙ୍କ ସଂଖ୍ୟା ହେଉଛି ୮୦ ପ୍ରତିଶତ। ଏମାନଙ୍କଠାରେ ପୋଷ୍ଟ କୋଭିଡ୍‌ ସମସ୍ୟା ଦେଖାଯାଇ ନ ଥାଏ। କିନ୍ତୁ ମଧ୍ୟମ ଓ ଗୁରୁତର ଥିବା ୨୦ ପ୍ରତିଶତ। ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଦୁର୍ବଳତା, ମୁଣ୍ଡବିନ୍ଧା, ସ୍ବାଦ ବାରି ନ ପାରିବା, ସ୍ମରଣଶକ୍ତି କମିବା, ଛାତିରୋଗ, ଧଇଁସଇଁ, ଛାତିବିନ୍ଧା, ହୃଦ୍‌ଘାତ ସହ ମାନସିକ ଭାବେ ଅବସାଦ ହୁଅନ୍ତି ଅନେକ। ଆତ୍ମହତ୍ୟା ମଧ୍ୟ କରିବାକୁ ପଛାନ୍ତିନି କେତେକ। ଏମାନଙ୍କ ବାଦ୍‌ କିଡ୍‌ନୀ, ଶ୍ୱାସ, ଡାଏବେଟିସ, ରକ୍ତଚାପ, କ୍ୟାନ୍‌ସର ରୋଗୀଙ୍କଠାରେ ଅଧିକ ବିପଦ ରହିଛି। ତେଣୁ ପରବର୍ତ୍ତୀ ସମୟ ସମସ୍ୟାରୁ ମୁକ୍ତି ପାଇଁ ପୁଷ୍ଟିକର ଖାଇବା, ଗରମ ଖାଦ୍ୟ ସହ ସବୁଦିନ ବ୍ୟାୟାମ କରିବା ଉଚିତ। କାଶ କିମ୍ବା ଜ୍ୱର ହେଲେ, ତୁରନ୍ତ ଡାକ୍ତର ପରାମର୍ଶ କରିବା ଆବଶ୍ୟକ। ଯେଉଁ ବ୍ୟକ୍ତିଙ୍କ ଡାଏବେଟିସ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ରହିଛି ଏହାକୁ ନିୟନ୍ତ୍ରଣ କରିବାକୁ ଠିକ୍‌ ଚିକିତ୍ସା କରାଇବା ଦରକାର। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଔଷଧ ସେବନ କରିବା ଉଚିତ। ଛଅ ମିନିଟ ଚାଲିଲେ ଯଦି ସୁସ୍ଥ ହୋଇଥିବା ରୋଗୀ ଧଇଁସଇଁ ହେଉଛି, ତେବେ ଛାତି ପରୀକ୍ଷା କରାଇନେବା ଦରକାର। ଡାଲି, ପନିପରିବା, କ୍ଷୀର, ଅଣ୍ଡାର ଧଳା ଅଂଶ, ଫଳ, ମାଛ ଭଳି ପୁଷ୍ଟିକର ଖାଇବା ଦରକାର। ହସ୍ପିଟାଲରୁ ୧୦ ଦିନ ପୁଣି ୭ଦିନ ଆଇସୋଲେସନ୍‌ରେ ରହିବା ପରେ କରୋନା ଆକ୍ରାନ୍ତ ବ୍ୟକ୍ତି ଅନ୍ୟଜଣଙ୍କୁ ସଂକ୍ରମଣ କରିବାର ସମ୍ଭାବନା ଅତ୍ୟନ୍ତ କମ୍‌। ତେଣୁ ଆମକୁ ହାତ ସାନିଟାଇଜ ସହ ବାରମ୍ବାର ହାତ ଧୋଇବା ଉଚିତ। ସୁସ୍ଥ ହେବାରେ ୪ ସପ୍ତାହ ଓ ପୁଣି ୩ ମାସ ପରେ ଡାକ୍ତର ପରାମର୍ଶ କରିବା ଦରକାର। ସେହିଭଳି ଯୋଗ ଓ ପ୍ରାଣାୟାମ ଦ୍ୱାରା ମାନସିକ ଚାପକୁ ଦୂର କରାଯାଇପାରିବ।
ବର୍ତ୍ତମାନ ଯଦିଓ କରୋନାର ପ୍ରାଦୁର୍ଭାବ କମିଛି କିନ୍ତୁ ଭୟଙ୍କର ଶୀତ, ପ୍ରବଳ କୁହିଡ଼ି ଓ ବାୟୁପ୍ରଦୂଷଣ କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ। ଶାରୀରିକ ଦୁର୍ବଳତା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଦ୍ୱାରା ବ୍ୟକ୍ତି ଜଣକ ଦୁର୍ବଳତା ଅନୁଭବ କରିଥାଏ। ବିଶେଷକରି ବୟସ୍କ ଲୋକମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଜଟିଳ ହେବାର ଆଶଙ୍କା ମଧ୍ୟ ରହିଛି। ପୂର୍ବର ମେଦବହୁଳତା, କର୍କଟ ରୋଗ, ରକ୍ତଚାପ, ଡାଏବେଟିସ, ଲିଭର ସମସ୍ୟା ଥିଲେ ଏହା କରୋନା ରୋଗୀଟି ପାଇଁ ଏକ ପ୍ରକାର ଅନ୍ୟାନ୍ୟ ରୋଗର ସମ୍ଭାବନା ବି ବଢ଼ାଇଥାଏ। ସୁସ୍ଥ ବୟସ୍କ ମାନଙ୍କ କ୍ଷେତ୍ରରେ ମଧ୍ୟ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଧଇଁସଇଁ ରୋଗ, ଦେହହାତ ଘୋଳାବିନ୍ଧା ହେବା, ମାନସିକ ଦୁର୍ବଳତା, ହୃଦ୍‌ଘାତ ଓ ମସ୍ତିଷ୍କାଘାତ ରୋଗ ଅଧିକ ପରିମାଣରେ ଦେଖାଦିଏ। ବିଶେଷକରି ବୟସ୍କମାନଙ୍କ ଜ୍ୱର ହେଉ ବା କାଶ, ନିମ୍ନରକ୍ତଚାପ ହେଉ ବା ମାନସିକ ବାଚାଳାମି, ଲିଭର, କିଡ୍‌ନୀ ସମସ୍ୟା ଦେଖାଦେଲେ କରୋନା ରିପୋର୍ଟ ନେଗେଟିଭ ହୋଇଥିଲେ ବି କେତେକ ପରୀକ୍ଷା କରାଇନେବା ଉଚିତ। ଏଚ୍‌ବି, ଡିସି, ଟିଏଲ୍‌ସି, ଇଏସ୍‌ଆର, ୱାଡେଲ ଟେଷ୍ଟ, କିଡ୍‌ନୀ ଓ ଲିଭରର ସ୍ବାସ୍ଥ୍ୟ ସମ୍ପର୍କିତ ପରୀକ୍ଷା ଇତ୍ୟାଦି କରାଇନେବା ଉଚିତ। ଯେଉଁମାନଙ୍କର ମାନସିକ ଦୁର୍ବଳତା ଥାଏ ସେ କ୍ଷେତ୍ରରେ ମସ୍ତିଷ୍କ ସିଟି କିମ୍ବା ଏମ୍‌ଆରଆଇ ସ୍କାନ ଆବଶ୍ୟକ ହୋଇଥାଏ। ବେଳେ ବେଳେ ପତଳା ଝାଡ଼ା, ବାନ୍ତି ଓ କମ୍‌ ପାଣି ପିଇବା ଯୋଗୁ ଶରୀରର ଜଳ ଓ ଲବଣମାତ୍ରା କମିଯାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଜିଙ୍କ, ଭିଟାମିନ ବି କମ୍ପ୍ଲେକ୍ସ, ଭିଟାମିନ ସି, ଭିଟାମିନ ଡି ଇତ୍ୟାଦି ଔଷଧ ନିୟମିତ ଦରକାର। ଆପଣ କରୋନାରୁ ଆରୋଗ୍ୟ ପାଇଛନ୍ତି ଅର୍ଥ ଏହା ନୁହେଁ ଯେ ଆପଣ ସମ୍ପୂର୍ଣ୍ଣ ନିରାପଦ ନାହାନ୍ତି। ବର୍ତ୍ତମାନ ସମୟର ଥଣ୍ଡାପାଗ, କୁହୁଡ଼ି, ଧୂଳିଧୂଅଁା, ବାୟୁ ପ୍ରଦୂଷଣଠାରୁ ଦୂରେଇ ରୁହନ୍ତୁ। ତଟକା ଓ ସବୁଜ ପନିପରିବା ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ। ନିଜର ଖାଇବା ଓ ବିଶ୍ରାମ ପାଇଁ ଏକ ଭଲ ରୁଟିନଟିଏ ତିଆରି କରନ୍ତୁ। ଧୈର୍ଯ୍ୟହରା ନ ହୋଇ କିମ୍ବା କୌଣସି କାନକୁହା କଥା ନ ଶୁଣି ବରଂ ନିଜ ବନ୍ଧୁବର୍ଗ ଓ ଆତ୍ମୀୟସ୍ବଜନଙ୍କ ସହ ସୁଖଦୁଃଖ ବାଣ୍ଟନ୍ତୁ। ନୈରାଶ୍ୟ, ହତାଶ, ନିଃସଙ୍ଗତାକୁ ଆଦୌ ଗୁରୁତ୍ୱ ଦିଅନ୍ତୁ ନାହିଁ। ଯେଉଁଘରେ କରୋନା ପରବର୍ତ୍ତୀ ରୋଗୀଟି ରହୁଛନ୍ତି ସେ ଘରକୁ ଯେପରି ଠିକ୍‌ ଭାବେ ବାୟୁ ଓ ଖରା ପ୍ରବେଶ କରୁଥାଏ ସେ ଦିଗକୁ ଭୁଲନ୍ତୁ ନାହିଁ। ପରିଷ୍କାର ପୋଷାକ ପିନ୍ଧନ୍ତୁ, ବାହାର ଖାଦ୍ୟ, ଗରିଷ୍ଠ ଖାଦ୍ୟ, ଫ୍ରିଜ୍‌ରେ ଥିବା ଥଣ୍ଡା ଖାଦ୍ୟ ଓ ନିଶାସେବନଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଜୀବନରେ ସୁଖ ଥିଲେ ଦୁଃଖ ଥାଏ, ନୈରାଶ୍ୟ ଥିଲେ ଆନନ୍ଦ ବି ଥାଏ। ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି ଦେହ ଥିଲେ ରୋଗ ଓ ରୋଗ ପରେ ନିଶ୍ଚିନ୍ତ ଆରୋଗ୍ୟ ହିଁ ପାଇବେ।
ସହକାରୀ ପ୍ରଫେସର, ହୃଦ୍‌ନିଶ୍ଚେତକ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ, ଭୁବନେଶ୍ୱର, ମୋ: ୯୯୦୧୧୪୫୭୯୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri