ସହର ମୁଖ୍ୟ ରାସ୍ତାରେ ଅବାଧ ପାର୍କିଂ ଲାଗି ସମସ୍ୟା

ପାରଳାଖେମୁଣ୍ଡି,୯।୧୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ରାସ୍ତାରେ ଅବାଧ ପାର୍କିଂ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଦିନରେ ସହର ମଧ୍ୟକୁ ଭାରିଜାନବାହାନ ପ୍ରବେଶ ପାଇଁ ସମୟ ନିର୍ଦ୍ଧଷ୍ଟ ରହିଛି । ସକାଳ ୮ରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୩ରୁ ରାତି ୮ଟା ପର୍ଯ୍ୟନ୍ତ ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ କଟକଣା ରହିଛି। ଏଥି ଯୋଗୁ ପାରଳାଖେମୁଣ୍ଡି ସହରକୁ ଆସୁଥିବା ଭାରୀଯାନ ତଥା ଟ୍ରକ ଗୁଡିକ ସହର ବାହାରେ ରହୁଛି। ଏମାନଙ୍କ ଲାଗି କୌଣସି ପାର୍କିଂ ବ୍ୟବସ୍ଥା ହୋଇ ନଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ ଗୁଡିକୁ ପାର୍କିଂ କରୁଛନ୍ତି। ଏହି ପାର୍କିଂ ଯୋଗୁ ଉଭୟ ପଟର ରସ୍ତା ଠିକ ଭାବେ ଦେଖା ଦେଉ ନଥିବା ବେଳେ ଏହି ପାର୍କିଂ ବୁଲାଣିଆ ରାସ୍ତାର ଠିକ ପୂର୍ବରୁ କରାଯାଉଛି। ଫଳରେ ଉଭୟ ପଟରୁ ଯାଆସ କରୁଥିବା ଗାଡି ଗୁଡିକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା ଓଡିଶାର ବିଭିନ୍ନ ଗ୍ରାମ ତଥା ସହର ଯଥା ଗାରବନ୍ଧ, ଲାବଣ୍ୟଗଡ, ବ୍ରହ୍ମପୁର, ଭୁବନେଶ୍ୱର ଆଦି ସମେତ ଆନ୍ଧ୍ରର ଚାପରା, ପଲାସା ଆଦିକୁ ସଂଯୋଗ କରୁଥିବାରୁ ଖୁବ ବ୍ୟସ୍ଥ ବହୁଳ ରାସ୍ତା ଅଟେ। ଦୈନନ୍ଦିନ ଶହଶହ ମୋଟର ଯାନ ଯାତାୟାତ କରୁଛି । ବୁଲାଣୀଆ ଓ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ ଗୁଡିକ ପାର୍କିଂ କରିଦେଉଥିବାରୁ କେତେ ବେଳେ କୌଣସି ଅଘଟଣ ଘଟିବ ତାହା ସହଜେ ଅନୁମେୟ। ତେଣୁ ରାସ୍ତାର ଉଭୟ ପାର୍ଶ୍ୱରେ ରହୁଥିବା ଟ୍ରକ ବା ଭାରିଯାନ ଗୁଡିକୁ ଏହି ଅଞ୍ଚଳରେ ନ ରଖିବା ପାଇଁ କଟକଣା ଜାରି କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri