ବିକିନି ପାଇଁ ଅଡୁଆରେ

ପରିଣୀତି ଚୋପ୍ରା ଏବେ ଲଙ୍ଗ୍‌ ଭ୍ୟାକେସନରେ ଅଛନ୍ତି। ମାଇଣ୍ଡ ଫ୍ରେସ କରିବାକୁ ସେ ବର୍ତ୍ତମାନ ମାଳଦ୍ୱୀପରେ ଡେରା ପକାଇଛନ୍ତି। ହେଲେ ତାଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଆଉ ଏପରି ଆଲୋଚନାର କାରଣ ସାଜିଛି ବିକିନି। କଥା କ’ଣ କି ସେଠାରେ ସେ ବୁଲିବା ସହ ସି’ବିଚ୍‌ରେ ବିକିନି ପିନ୍ଧି ଫଟୋ ଶୁଟ୍‌ କରିଛନ୍ତି। ଏପରି ଫଟୋକୁ ନେଇ ଚର୍ଚ୍ଚା ଥମିବାର ନଁା ନେଉନାହିଁ। ତେବେ ଏସବୁ କଥା ଜାଣିବା ପରେ ଚର୍ଚ୍ଚାକୁ ନେଇ ଚୂପ ବସିନାହାନ୍ତି ପରିଣୀତି। ଏ ସମ୍ପର୍କରେ ସଫେଇ ଦେଇ ସେ କହନ୍ତି, ‘ମୋ ବିକିନି ପିନ୍ଧିବାକୁ ନେଇ ଏତେ କାହିଁକି ଚର୍ଚ୍ଚା ହେଉଛି ତାହା ମୁଁ ଜାଣିପାରୁନି। କେହି କେହି କହୁଛନ୍ତି ଯେ, ଚର୍ଚ୍ଚାରେ ରହିବାକୁ ମୁଁ ଏପରି କଷ୍ଟ୍ୟୁମ ପିନ୍ଧିଛି। ହେଲେ ସେପରି ଯୁକ୍ତି ପଛରେ ଆଦୌ ସତ୍ୟତା ନାହିଁ। କେତୋଟି ଫଟୋ ଶୁଟ୍‌ ପାଇଁ ମୁଁ ବିକିନି ପିନ୍ଧିଥିଲି। ଏହାକୁ ନେଇ ଏତେ ଆଲୋଚନା ହେବା ଠିକ୍‌ ନୁହେଁ ବୋଲି ମୁଁ କହିବି।’

Share