Categories: ଖେଳ

ବିଶ୍ୱକପ୍‌ ପାଇଁ ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୧୬।୮: ବିଶ୍ୱକପ ୨୦୨୩ ପାଇଁ ବୁଧବାର ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଅବସରରୁ ଫେରିବେ। ଯଦିଓ ଇଂଲଣ୍ଡ ବିଶ୍ୱକପ ପାଇଁ ସ୍ଥାୟୀ ଦଳ ଘୋଷଣା କରିନାହିଁ। କିନ୍ତୁ ବୋଧହୁଏ ଏଥିରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆଇସିସି ଟୁଇଟ୍‌ କରି ପ୍ରଶଂସକଙ୍କ ସହ ଏହି ଖବର ଶେୟାର କରିଛି।
ଅସ୍ଥାୟୀ ଦଳର ୧୫ ଖେଳାଳିଙ୍କୁ ଇଂଲଣ୍ଡ ସ୍ଥାନ ଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହ୍ୟାରି ବ୍ରୁକ ଏବଂ ଜୋଫ୍ରା ଆର୍ଚର ଏଥିରେ ସାମିଲ ହୋଇନାହାଁନ୍ତି। ଇଂଲଣ୍ଡ ଚୟନକର୍ତ୍ତା ଲୁକ ରାଇଟ କହିଛନ୍ତି ଯେ ଆର୍ଚର କେବଳ ରିଜର୍ଭ ଖେଳାଳି ଭାବରେ ଦଳର ଅଂଶ ହେବେ।
ସୂଚନାଯୋଗ୍ୟ, ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ୱକପ ପାଇଁ ଇଂଲଣ୍ଡ ଏପର୍ଯ୍ୟନ୍ତ ଖେଳାଳିଙ୍କ ନାମ ଆଇସିସିରେ ଦେଇନାହିଁ। କିନ୍ତୁ ଖୁବ ଶୀଘ୍ର ଇଂଲଣ୍ଡ ବୋର୍ଡ ଦଳକୁ ଆଇସିସିରେ ଦାଖଲ କରିପାରିବ।
ଇଂଲଣ୍ଡର ସମ୍ଭାବ୍ୟ ବିଶ୍ୱକପ ଦଳ: ଜୋସ ବଟଲର୍‌ (ଅଧିନାୟକ), ମୋଏନ ଅଲି, ଗୁସ ଆଟକିନ୍ସନ, ଜନି ବେୟାରଷ୍ଟୋ, ସାମ କୁରାନ, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମାଲାନ, ଆଦିଲ ରସିଦ, ଜୋ ରୁଟ, ଜେସନ ରଏ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, ମାର୍କ ଉଡ୍‌ , କ୍ରିସ ୱୁକସ।

Share