Posted inଖେଳ

ପ୍ରୋ କବାଡି ଲିଗ୍‌: ପୁନେରି ପଲଟନ୍‌ ଚାମ୍ପିୟନ

ହାଇଦ୍ରାବାଦ,୨।୩: ଗଚିବାଓଲିର ବାଲଯୋଗୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍‌ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍‌। ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍‌ ଅପ୍‌ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍‌ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ଟାଇଟଲ ହାସଲ କରିବାରେ ସମର୍ଥ ହୋଇଛି।
ଫାଇନାଲ ମ୍ୟାଚରେ ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ରକ୍ଷଣାତ୍ମକ ଢଙ୍ଗରେ ଉଭୟ ଦଳ ଖେଳ ଆରମ୍ଭ କରିଥିଲେ। ଉଭୟ ଦଳ ପରସ୍ପରକୁ ଗୋଟିଏ ପଏଣ୍ଟ ଛାଡୁ ନ ଥିବା ବେଳେ ମ୍ୟାଚ୍‌ ୭-୭ରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ ଏକ ସୁପର ରେଡ ସହ ପଲଟନର ପଙ୍କଜ ମୋହିତେ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ। ଏକା ଥରରେ ହରିୟାଣା ଷ୍ଟିଲର୍ସର ୪ ଖେଳାଳିଙ୍କୁ ଆଉଟ କରିବା ସହ ପୁଣେକୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ପୁନେରି ପଲଟନ୍‌ ୧୩-୧୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଷ୍ଟିଲର୍ସ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ପୁଣେର ଡିଫେଣ୍ଡର ମାନେ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ ଶେଷ ହେବା ବେଳକୁ ପୁଣେ ୨୮-୨୨ରେ ଆଗୁଆ ରହିଥିଲା। ଅନ୍ତିମ ମିନିଟରେ ଷ୍ଟିଲର୍ସ ୩ ପଏଣ୍ଟ ସଂଗ୍ରହ କରିଥିବା ବେଳେ ପ୍ରଥମ ଟାଇଟଲ ବିଜୟୀ ହୋଇଥିଲା। ଉଭୟ ଦଳ ୧୭ ରେଡ ପଏଣ୍ଟ ଅର୍ଜନ କରିଥିବା ବେଳେ ଟ୍ୟାକେଲ ପଏଣ୍ଟରେ ବାଜି ମାରି ନେଇଥିଲା ପୁଣେ। ଷ୍ଟିଲର୍ସ ୫ ଟ୍ୟାକେଲ ପଏଣ୍ଟ ଅର୍ଜନ କରିଥିବା ବେଳେ ୯ ଟ୍ୟାକେଲ ପଏଣ୍ଟ ହାତେଇଥିଲା ପଲଟନ। ପଲଟନ ପକ୍ଷରୁ ପଙ୍କଜ ମୋହିତେ ୯ ଓ ମୋହିତ ଗୋୟତ ୬ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ମୋହିତ ପତାରେ ୬ ଓ ସିଦ୍ଧାର୍ଥ ଦେଶାଇ ୪ ପଏଣ୍ଟ ଅର୍ଜନ କରିଥିଲେ। ଯୋଗେଶଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା। ପୁନେରି ପଲଟନର ଅସଲମ ଇନାମଦାରଙ୍କୁ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri