ପ୍ରିୟେ ତୁ ମୋ ସିଏ

ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ ଆସନ୍ତା ମାସରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲିଡ୍‌ ରୋଲ୍‌ରେ ଅମ୍ଳାନ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ଦେଖାଦେବେ ଏଲିନା ସାମନ୍ତରାୟ। ଏଥିରେ ବବି ମିଶ୍ରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ବେଳେବେଳେ ହଠାତ୍‌ ପ୍ରେମ ହେଇଯାଏ। ଝିଅଟିର ଜନ୍ମ ଜମିଦାର ପରିବାରରେ। ହେଲେ ଯେତେବେଳେ ସେ ପ୍ରେମ ରାସ୍ତାର ଯାତ୍ରୀ ହୋଇଛି ସେତେବେଳେ ଜଣେ ଗରିବ ତଥା ରାସ୍ତା କଡ଼ରେ ଜୀବନ ବିତାଉଥିବା ଜଣେ ଯୁବକକୁ ପ୍ରେମିକ ଭାବରେ ଗ୍ରହଣ କରିଛି। ତେବେ ଏହି ପ୍ରେମର ଶେଷ ପରିଣତି କ’ଣ ହେଉଛି ତାହା ଫିଲ୍ମଟି ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ। ଝିଲିକ୍‌ ମୋସନ ପିକ୍‌ଚର ବ୍ୟାନରରେ ଏହି ଫିଲ୍ମଟିକୁ ପ୍ରଯୋଜନା କରିଛନ୍ତି ଝିଲିକ୍‌ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ।

Share