ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରିୟାଂଶୁ ଏବଂ ଭନ୍ଦନା ବିଗତ ୨ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରିଆସୁଥିଲେ। ତେବେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଉଭୟ ବିବାହ କରିଥିବା ଜଣାପଡ଼ିଛି।
ପ୍ରିୟାଂଶୁ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଭନ୍ଦନାଙ୍କୁ ଏକ ଗାଡିରେ ବସାଇ ନେଇଯାଉଛନ୍ତି। ଏହି ଭିଡିଓ ଶେୟାରକରି ସେ କ୍ୟାପଶନରେ ଲେଖିଛନ୍ତି, ମୁଁ ମୋର ସୁନ୍ଦରୀ ସ୍ତ୍ରୀଙ୍କୁ ନେଇଯାଉଛି। ଆମେ ଏକ ସୁନ୍ଦର ନୂତନ ଆରମ୍ଭ କରିବାକୁ ଯାଉଛୁ ବୋଲି ସେ ଲେଖିଛନ୍ତି। ଭିଡିଓରେ ଭନ୍ଦନା କ୍ୟାମେରାକୁ ପ୍ଲାଇଂ କିସ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

Share