Categories: ଜାତୀୟ

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଝିଅ

ଜୟପୁର,୧୨।୧୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜସ୍ଥାନର ବୁନ୍ଦି ଜିଲାରେ ଦଳର ‘ଭାରତ ଯୋଡୋ ଯାତ୍ରା’ ସୋମବାର ପୁଣି ଥରେ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ତାଙ୍କ ସ୍ବାମୀ ରବର୍ଟ ଭଦ୍ରା, ଝିଅ ମିରାୟା ଭଦ୍ରା ଏବଂ ଶହ ଶହ ମହିଳା ଏହି ଯାତ୍ରାରେ ଭାଗ ନେଇଥିଲେ। ରାହୁଲ ମଧ୍ୟ ଭାଣିଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଥିବା ଦେଖାଯାଇଥିଲା।
ରବର୍ଟ ଏବଂ ପ୍ରିୟଙ୍କାଙ୍କର ରେହାନ ଏବଂ ମିରାୟା ନାମକ ଦୁଇଟି ସନ୍ତାନ ଅଛନ୍ତି। ମିରାୟା ସାନ। ଉଭୟଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଅଛି। ରେହାନ ଏବଂ ମିରାୟା ଗଣମାଧ୍ୟମଠାରୁ ଦୂରେଇ ରୁହନ୍ତି।
ଭାରତ ଯୋଡୋ ଯାତ୍ରା ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଯାତ୍ରା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ନାଟକ , ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଦେଇ ଯାଇଛି। ଏହି ଯାତ୍ରା ଅଧୀନରେ ୧୫୦ ଦିନରେ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି।

Share