ପ୍ରିୟଙ୍କାଙ୍କ କମ୍‌ବ୍ୟାକ୍‌

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଭାରତରେ ଅଛନ୍ତି। ଏହି ସମୟରେ ସେ ନୂଆ ଚଳଚ୍ଚିତ୍ରକୁ ନେଇ ବି’ଟାଉନ ଆସିଥିବା ଚର୍ଚ୍ଚା ହେଉଛି। ପ୍ରିୟଙ୍କା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଭନ୍‌ସାଲୀଙ୍କୁ ଭେଟି ତାଙ୍କର ଅପ୍‌ କମିଂ ଚଳଚ୍ଚିତ୍ରକୁ ନେଇ ଆଲୋଚନା କରିବେ। ଚଳଚ୍ଚିତ୍ରର ନାଁ ଯଦିଓ ଘୋଷଣା କରାଯାଇନାହିଁ ତେବେ ସେ ଯେଉଁ ଚଳଚ୍ଚିତ୍ରରେ ଅଭିନୟ କରିବେ ସେଥିରେ ପ୍ରିୟଙ୍କା ଏକ ଦମ୍‌ଦାର ଭୂମିକାରେ ନଜର ଆସିବେ। ପ୍ରିୟଙ୍କାଙ୍କୁ କାହାଣୀଟି କୁଆଡ଼େ ଭଲ ଲାଗିଛି। ନିଜ ବ୍ୟାନରରେ ମଧ୍ୟ ସେ କିଛିଟା ପ୍ରୋଜେକ୍ଟ କରିବା ପାଇଁ ପ୍ଲାନିଂ କରିଛନ୍ତି।

ପୂର୍ବରୁ ପ୍ରିୟଙ୍କା ଭନ୍‌ସାଲୀଙ୍କ ସହ ଚଳଚ୍ଚିତ୍ର ‘ବାଜିରାଓ ମସ୍ତାନି’ରେ କାମ କରିସାରିଛନ୍ତି। ଏଥିରେ ରଣବୀର ସିଂ, ଦୀପିକା ପାଦୁକୋନ ମଧ୍ୟ ନଜର ଆସିଥିଲେ। କିଛିଦିନ ବଲିଉଡ୍‌ ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଥିବା ପ୍ରିୟଙ୍କା ଏବେ ପୁଣି କମ୍‌ବ୍ୟାକ୍‌ କରିଛନ୍ତି।

Share