Categories: ଜାତୀୟ

କଥା ରଖିଲେନି ପ୍ରିୟଙ୍କା

ନୂଆଦିଲ୍ଲୀ,୨୨ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ହୋଇଛି ବେଶ ସରଗରମ । ଶୁକବ୍ରାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ କି ସେ କ’ଣ ମୁଖ୍ୟମନ୍ତ୍ରୀ ଚେହେରା ନୁହେଁ । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଥିଲା କି ପ୍ରିୟଙ୍କା ହୋଇପାରନ୍ତି ଉତ୍ତର ପ୍ରଦେଶ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା । ହେଲେ ଏବେ ସେ ତାଙ୍କ କଥାକୁ ଫେରାଇ ନେଇଛନ୍ତି । ପ୍ରିୟଙ୍କା କହିଛନ୍ତି ଆପଣମାନେ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରିବାରୁ ମୁଁ ବିରକ୍ତ ହୋଇ ଏମିତି କହିଦେଲି । ଏତେ ସବୁରାଜ୍ୟ ଅଛି ତାହାର ବି ପ୍ରଭାରି ରହିଛନ୍ତି ହେଲେ ଆପଣମାନେ କାହିଁ କାହାକୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କିଛି ପ୍ରଶ୍ନ କରାଯାଉନି ବୋଲି କହିଛନ୍ତି ପ୍ରିୟଙ୍କା । ତେବେ ଶୁକ୍ରବାର ଏଆଇସିସି ମୁଖ୍ୟାଳୟରେ ପ୍ରିୟଙ୍କା ଯେଉଁ କଥା କହିଥିଲେ ଏବେ ତାକୁ ଫେରାଇ ନେଇଛନ୍ତି । ଅର୍ଥାତ୍ ସେ ମୁଖ୍ୟମନ୍ତ୍ରୀ ଚେହେରା ନୁହେଁ ।

Share