ନାକର ସର୍ଜରୀ ବିଗିଡିବା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ପ୍ରିୟଙ୍କା, କହିଲେ ମୋ କ୍ୟାରିୟର…

ମୁମ୍ବାଇ,୬।୫: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମକୁ ହେଉ କି ବ୍ୟକ୍ତିଗତ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଏହି ମଧ୍ୟରେ ପ୍ରିୟଙ୍କା ମେଟ୍‌ ଗାଲା ଇଭେଣ୍ଟ ୨୦୨୩ରେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା ଏକ ବଡ ଖୁଲାସା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ନାକ ସର୍ଜରୀ ଭୂଲ ହେବା ଯୋଗୁଁ ସେ ଡିପ୍ରେସନ୍‌ରେ ଥିଲେ।
ନିକଟରେ ପ୍ରିୟଙ୍କାଙ୍କୁ ‘ସରିଏସ୍‌ ଏକ୍ସଏମ୍‌ ଦ ହାଓ୍ବାର୍ଡ ଷ୍ଟ୍ରର୍ନ ଶୋ’ରେ ଦେଖିବାକୁ ମିଳିଥିଲେ। ଏହି ସମୟରେ ସେ ତାଙ୍କ ଲାଇଫ୍‌ର ଡାର୍କ ଫେଜ୍‌ ବିଷୟରେ ପ୍ରକାଶ କରିଥିଲେ।
ପ୍ରିୟଙ୍କା କହିଛନ୍ତି ଯେ, ଯେତେବେଳେ ତଙ୍କେ ନୋଜ୍‌ କ୍ୟାଭିଟିରେ ଏକ ପଲିପ୍‌କୁ ବାହାର କରାଯାଇଥିଲା ସେତେବେଳେ ତାଙ୍କ ଚେହେରା ବିକୃତ ଦେଖାଯାଉଥିଲା। ଏଥିପାଇଁ ସବୁବେଳେ ମାନସିକ ଅବସାଦରେ ରହୁଥିଲି। ଭାବିଲି କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା। କିନ୍ତୁ ମୋ ବାପା ସର୍ଜରୀ କରିବାକୁ ଉତ୍ସାହିତ କରିଥିଲେ। ମୁଁ ପୁରାପୁରି ଡରି ଯାଇଥିଲି। ହେଲେ ବାପା ମୋ ସହିତ ଅପରେଶନ ରୁମ୍‌ରେ ପାଖରେ ରହିବେ ବୋଲି ଭରସା ଦେଇଥିଲେ।
ପ୍ରିୟଙ୍କା ତାଙ୍କ ବାପାଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ବାପା ମୋ ହାତ ଧରି ଆତ୍ମବିଶ୍ୱାସ ଫେରାଇବାରେ ସାହାଯ୍ୟ କରିଥିଲେ। ଏଥିସହିତ ସେ ଗଦର ଫେମ୍‌ ଦିର୍ଦ୍ଦେଶକ ଅନୀଲ ଶାର୍ମାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ସର୍ଜରୀ ପରେ ୩ଟି ଫିଲ୍ମ ପ୍ରୋଜେକ୍ଟ ହରାଇବା ପରେ ତାଙ୍କୁ ରୋଲ୍‌ ଅଫର୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri