Categories: ଜାତୀୟ

ବସ୍ତିରେ ଝାଡ଼ୁ ମାରିଲେ ପ୍ରିୟଙ୍କା

ଲକ୍ଷ୍ନୌ,୮।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ହିଂସା ପ୍ରଭାବିତ ଲଖିମପୁର ଖେରି ଯିବାବେଳେ ସୋମବାର ତାଙ୍କୁ ପୋଲିସ ଅଟକ ରଖିଥିଲା। ପରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସୀତାପୁର ଗେଷ୍ଟ ହାଉସରେ ରଖାଯାଇଥିଲା। ପ୍ରିୟଙ୍କା ଗେଷ୍ଟ ହାଉସରେ ଝାଡ଼ୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଚ୍ଛଲ୍ୟ କରିଥିଲେ। ଏକ ଟିଭି ଚ୍ୟାନେଲକୁ ନିଜ ପ୍ରତିକ୍ରିୟାରେ ଯୋଗୀ କହିଥିଲେ, ଲୋକେ କଂଗ୍ରେସକୁ ଏଭଳି ଅବସ୍ଥାକୁ ଆଣିଲେଣି। ସେମାନେ ଚାହୁଁଛନ୍ତି କଂଗ୍ରେସ ନେତା କେବଳ ଏହି କାମ କରନ୍ତୁ। ଏହାର ଜବାବରେ ପ୍ରିୟଙ୍କା ଶୁକ୍ରବାର ହଠାତ୍‌ ଲକ୍ଷ୍ନୌର ଲବ୍‌ କୁଶ ନଗର ଦଳିତ ବସ୍ତିକୁ ଯାଇ ସେଠାରେ ଝାଡ଼ୁ ମାରିଛନ୍ତି। ସଫେଇ କାର୍ଯ୍ୟକୁ ସେ ସରଳତା ଓ ଆମତ୍ସମ୍ମାନର ପ୍ରତୀକ ବୋଲି ଅଭିହିତ କରିଛନ୍ତି।

Share