Categories: ଜାତୀୟ

ଆସାମରେ ଚା’ପତ୍ର ତୋଳିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨।୩: ଆଗକୁ ଆସାମରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି। ପ୍ରତି ରାଜନୈତିକ ଦଳ ନିର୍ବାଚନୀ ରାଜନୀତି ଆରମ୍ଭ କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସାମ ଗସ୍ତରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ଭାବମୂର୍ତ୍ତିକୁ ପୁଣି ସୁଦୃଢ଼ କରିବା ଲାଗି ପ୍ରିୟଙ୍କା ପ୍ରୟାସ କରୁଛନ୍ତି। ଏହି ମର୍ମରେ ସେ ମଙ୍ଗଳବାର ତେଜପୁରର ସାଧୁରୁ ଚା’ ବଗିଚାରେ କାମ କରୁଥିବା ମହିଳାଙ୍କୁ ଭେଟିବା ସହିତ ବିଭିନ୍ନ ବିଷୟରେ ଆଲୋଚନ କରିଛନ୍ତି। ଏହି ଅବସରରେ ସେ ମୁଣ୍ଡରେ ଚା’ ଟୋକେଇ ବାନ୍ଧି ଚା’ ପତ୍ର ତୋଳିଛନ୍ତି। ପ୍ରିୟଙ୍କା ଗସ୍ତ ସମୟରେ ତେଜପୁର ମହାଭୈରବ ମନ୍ଦିରକୁ ଯିବା ସହିତ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି। ଆସାମ ଗସ୍ତ ଆରମ୍ଭରେ ପ୍ରିୟଙ୍କା କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ସ୍ଥାନୀୟ ଲୋକଙ୍କ ସହିତ ପାରମ୍ପରିକ ନୃତ୍ୟରେ ମଧ୍ୟ ଯୋଗ ଦେଇଥିଲେ।

Share