ସମୁଦ୍ର କୂଳରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ଏବେ ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏବେ ପ୍ରିୟଙ୍କା ନିଜର କିଛି ପୁରୁଣା ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ଫଟୋରେ ପ୍ରିୟଙ୍କା ସମୁଦ୍ର କୂଳରେ ଆରାମ କରୁଥିବା ନଜର ଆସିଛନ୍ତି। ପୂରା ରିଲାକ୍ସ ମୁଡ୍‌ରେ ଅଛନ୍ତି। ସେ ଏକ ବ୍ଲୁ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ସନ୍‌ ଗ୍ଲାସ ପିନ୍ଧିଛନ୍ତି। ଏହି ସମୟରେ ନିକ୍‌ ସର୍ଫିଂ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଫଟୋରେ ପ୍ରିୟଙ୍କା କ୍ୟାପ୍‌ଶନ ଲେଖିଛନ୍ତି, ‘ଆଇସ୍‌ଲ୍ୟାଣ୍ଡରେ ଏକ ବୋଟ୍‌ ଉପରେ ସ୍ବପ୍ନ ଦେଖୁଛନ୍ତି। ସାଥୀରେ ଅଛନ୍ତି ନିକ୍‌ି। ଥ୍ରୋ ବ୍ୟାକ୍‌ ୨୦୧୯’ ଯେତେବେଳେ ପ୍ରିୟଙ୍କା ଏବଂ ନିକ୍‌ ଛୁଟି କାଟିବା ପାଇଁ ବାହାରିଥିଲେ।

ପ୍ରିୟଙ୍କା ଏବେ ଲଣ୍ଡନରେ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହ ନିଜର ବହି ପାଇଁ ପ୍ରମୋଶନ କରିବାରେ ବ୍ୟସ୍ତ ରହୁଛନ୍ତି। ବଲିଉଡରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ପ୍ରିୟଙ୍କା ବେଶ୍‌ ନାଁ କମାଇଛନ୍ତି।

Share