Posted inଜାତୀୟ

ପ୍ରିୟଙ୍କା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୯।୪: ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଶେଷ ହେବାର ଅର୍ଥ ନୁହେଁ ଯେ ରାଜନୀତି ସମାପ୍ତ ହୋଇଛି। ରାହୁଲ ଲୋକସଭା ଆସନ ହରାଇଛନ୍ତି, କିନ୍ତୁ ଦେଶର ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଯାହାକୁ ଜନସାଧାରଣ ଚାହାଁନ୍ତି, ସେ କ୍ଷମତାର ସିଂହାସନରେ ପହଞ୍ଚିଥାନ୍ତି। ରାହୁଲ ୨୦୨୪ରେ ଆମେଠିରୁ ଲୋକସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ରାହୁଲ ଏବଂ ଗାନ୍ଧୀ ପରିବାର ଏହି ନିଷ୍ପତ୍ତି ନେବେ। ୨୦୧୯ରେ ରାହୁଲ ୱାୟନାଡ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରସଙ୍ଗରେ ସେ କହିଛନ୍ତି ୱାୟନାଡ୍‌ ମଧ୍ୟ ଭାରତରେ ଅଛି। ଯଦି ଆସନ ବଦଳାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାକୁ ଗୁରୁତର ସହ ନିଆଯାଏ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ବାହାରେ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ନୁହେଁ।
ଅପରପକ୍ଷେ ପ୍ରିୟଙ୍କା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ପ୍ରମୋଦ କହିଛନ୍ତି। ୨୦୨୪ରେ ବିରୋଧୀ ଏକତାର ପ୍ରୟାସ ସତ୍ତ୍ୱେ ବିଭିନ୍ନ ଦଳ କଂଗ୍ରେସକୁ ଗ୍ରହଣ ନ କରିବା ପ୍ରଶ୍ନରେ ସେ କହିଛନ୍ତି, ଯଦି ଜାତୀୟ ରାଜନୈତିକ ଦୃଷ୍ଟିକୋଣକୁ ଦେଖିବା କଂଗ୍ରେସ ଏଭଳି ଏକ ଦଳ ଯାହା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼େଇ କରୁଛି। ଆଗାମୀ ଲୋକସଭା ନିର୍ବାଚନ ଦୁଇଟି ମତବାଦ ମଧ୍ୟରେ ହେବ। ଗୋଟିଏ ହେଉଛି କଂଗ୍ରେସର ଆଦର୍ଶ ଏବଂ ଅନ୍ୟଟି ଆରଏସଏସର ଆଦର୍ଶ। ତ୍ରିରଙ୍ଗାକୁ ସମର୍ଥନ କରିବାକୁ ସମସ୍ତ ଦଳର ନେତାମାନଙ୍କୁ ନିବେଦନ କରାଯାଇଛି। କଂଗ୍ରେସକୁ ସମର୍ଥନ କରିବାକୁ ସେ ମମତା ବାନାର୍ଜୀ, ନୀତୀଶ କୁମାର, ଅରବିନ୍ଦ କେଜରିୱାଲ, କେସିଆର ଏବଂ ଶରଦ ପାୱାରଙ୍କୁ ଅନୁରୋଧ କରିଛନ୍ତି। ରାହୁଲଙ୍କ ସଦସ୍ୟତା ଉପରେ ଆଇନଗତ ସଙ୍କଟ ଦେଖାଦେଇଛି। ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ନିଆଯାଉଛି। ଲୋକ ଚାହୁଁଛନ୍ତି ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri