ମା’ ହେବା ପରେ ଏପରି ନିଷ୍ପତ୍ତି ନେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପପ ଷ୍ଟାର୍‌ ସ୍ବାମୀ ନିକ ଜୋନାସ ସରୋଗେସି ଜରିଆରେ ନିକଟରେ ମାତାପିତା ହୋଇଛନ୍ତି। ଉଭୟ ଜାନୁୟାରୀ ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରେ ମିଳିତ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ୩୯ ବର୍ଷୀୟା ପ୍ରିୟଙ୍କା ଏବଂ ୨୯ ବର୍ଷୀୟ ନିକ ସେମାନଙ୍କ ସନ୍ତାନର ଜନ୍ମ ଆସନ୍ତା ଏପ୍ରିଲରେ ଆଶା କରୁଥିଲେ କିନ୍ତୁ ୧୨ ସପ୍ତାହ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିଲେ। ପିଲାଟିକୁ ଆଉ କିଛି ଦିନ ହସ୍ପିଟାଲରେ ରଖାଯିବ। ଏହି କାରଣରୁ ପ୍ରିୟଙ୍କା ତାଙ୍କ ପିଲା ଏବଂ ପରିବାର ସହିତ ସମୟ ବିତାଇବା ପାଇଁ ଫିଲ୍ମରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରିୟଙ୍କା ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ ଫିଲ୍ମ ‘ଜି ଲେ ଜାରା’ରୁ ବାଦ ପଡିବେ। ପ୍ରିୟଙ୍କାଙ୍କ ସହ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି।
ପ୍ରିୟଙ୍କାଙ୍କ ଖୁସି ଖବର ଘୋଷଣା ହେବା ପରେ ‘ଜୀ ଲେ ଜାରା’ର ନିର୍ମାତାମାନେ ମଧ୍ୟ ଚିନ୍ତିତ ଥିବା ଜଣାପଡିଛି। ନିର୍ମାତା ଏବଂ ନିର୍ଦ୍ଦେଶକ ଏବେ ଅନ୍ୟ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି।

Share