ସ୍ବାମୀଙ୍କ ସହ ଗଲ୍ଫ ଖେଳୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଆଜିକାଲି ହଲିଉଡ୍‌ର କିଛି ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ଏତେ ବ୍ୟସ୍ତତା ସତ୍ତ୍ୱେ ପ୍ରିୟଙ୍କା ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଆଦୌ ଭୁଲୁନାହାନ୍ତି। ସେ ନିକ୍‌ଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୂରା ପରିବାର ସହ ଗଲ୍ଫ ଖେଳୁଥିବା ନଜର ଆସିଛନ୍ତି। ଆଉ ଏକ ଫଟୋରେ ନିକ୍‌ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ପ୍ରିୟଙ୍କା ଗଲ୍ଫ ଖେଳୁଥିବାର ଦେଖିବାକୁ ମିଳିଛି।

ପ୍ରିୟଙ୍କା ଏହି ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଫଟୋକୁ ସାଢ଼େ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ପ୍ରିୟଙ୍କାଙ୍କର ଇନ୍‌ଷ୍ଟାଗ୍ରାମରେ ୬୭.୮ ମିଲିୟନ ଫଲୋଅର୍ସ ଅଛନ୍ତି। ପ୍ରିୟଙ୍କାଙ୍କୁ ଇନ୍‌ଷ୍ଟାଗ୍ରାମରେ ଧନୀ ତାଲିକା ୨୦୨୧ରେ ୨୭ ତମ ସ୍ଥାନ ମିଳିଥିଲା। ଗୋଟିଏ ପ୍ରମୋଶନ ପୋଷ୍ଟ କରିବାକୁ ପ୍ରିୟଙ୍କା ୩ କୋଟିରୁ ଅଧିକ ଚାର୍ଜ କରିଥାନ୍ତି।

Share