Categories: ଜାତୀୟ

ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୭: ଅଗଷ୍ଟ ପହିଲାରୁ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରିୟଙ୍କାଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ଆବାସ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଭାରତରେ କେବଳ ସିଆର୍‌ପିଏଫ୍‌ ସୁରକ୍ଷା ତାଙ୍କୁ ମିଳିପାରିବ। ପ୍ରିୟଙ୍କା ଲୋଧିରୋଡ୍‌ ସ୍ଥିତ ୬-ବି ସରକାରୀ ବଙ୍ଗଳାରେ ରହୁଛନ୍ତି। ଯଦି ସେ ନିର୍ଦ୍ଧାରିତ ସମୟରେ ବଙ୍ଗଳା ନ ଛାଡ଼ନ୍ତି, ତେବେ ତାଙ୍କୁ ନିୟମାନୁଯାୟୀ ଜରିମାନା ଦେବାକୁ ପଡ଼ିବ। ଏହା ସହ ବାକି ରହିଥିବା ଘରଭଡ଼ା ଅର୍ଥ ୩,୪୬,୬୭୭ ପୈଠକରିବା ଲାଗି ମଧ୍ୟ କୁହାଯାଇଛି।

Share