ପ୍ରିୟଙ୍କାଙ୍କ ଖୁସି କହିଲେ ନ ସରେ

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍‌ ଜୋନାସ ଏବଂ ପରିବାର ସଦସ୍ୟଙ୍କ ସହ ବିଦେଶରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରିୟଙ୍କା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି।

ବର୍ତ୍ତମାନ ପ୍ରିୟଙ୍କା ତାଙ୍କର କିଛି ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ସେ ଏହି ଫଟୋରେ ଗ୍ରୀଷ୍ମ ଋତୁକୁ ବିଦାୟ ଦେଇଛନ୍ତି। ସେ ତାଙ୍କ ବନ୍ଧୁମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଉଥିବାର ନଜର ଆସିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ସମୟ ତୁମେ ମୋ ପାଇଁ ବହୁତ ଭଲ ଥିଲ। ପ୍ରିୟଙ୍କାଙ୍କ ଏହି ଫଟୋଗୁଡ଼ିକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଏ ତ ଗଲା ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ତାଙ୍କ ଫିଲ୍ମ କଥା କହିବା ତେବେ ଆଜିକାଲି ପ୍ରିୟଙ୍କା ତାଙ୍କର ଅନେକ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ବ୍ରିଟେନରେ ତାଙ୍କର ଅପ୍‌କମିଂ ଶୋ’ ‘ସିଟାଡେଲ’ର ଶୁଟିଂ କରୁଛନ୍ତି।

Share