ନିକ୍‌ଙ୍କଠାରୁ ପ୍ରିୟଙ୍କାଙ୍କ ସମ୍ପତ୍ତି ଅଧିକ, ଜାଣନ୍ତୁ କେତେ

ମୁମ୍ବାଇ: ଆଜି ହେଉଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବାହ ବାର୍ଷିକୀ। ୧ ଡିସେମ୍ବର ୨୦୧୮ରେ ଦୁହେଁ ଯୋଧପୁରର ଏକ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛିଦିନ ତଳେ ପ୍ରିୟଙ୍କା ସୋସିଆଲ ମିଡିଆରୁ ସ୍ବାମୀଙ୍କ ସର୍‌ନେମ ହଟାଇ ଦେଇଥିଲେ। ପରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିଛି ଲୋକ କହିଥିଲେ ଦୁହିଁଙ୍କ ମଧ୍ୟରେ କିଛି ଚାଲିଛି। ଆଉ କିଛି ଲୋକ କହିଥିଲେ ଦୁହିଁଙ୍କର ଛାଡ଼ପତ୍ର ହେବ। ତେବେ ଏହି କଥାକୁ ଆଜି ଭୁଲ ପ୍ରମାଣିତ କରିଛନ୍ତି ପ୍ରିୟଙ୍କା। ଆଜିର ବିବାହ ବାର୍ଷିକୀ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ଆଜିର ଏହି ଖାସ୍‌ ଦିନରେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ବିଷୟରେ ଜାଣନ୍ତୁ ଆଉ କିଛି ଭିତିରି କଥା।

ନିକ୍‌ଙ୍କ ନିଟ୍‌ ମୂଲ୍ୟ ହେଉଛି ୨୫ ମିଲିୟନ ଡଲାର୍‌ (୧୭୫ କୋଟି) ଟଙ୍କାର ସମ୍ପତ୍ତି ଥିବା ବେଳେ ପ୍ରିୟଙ୍କାଙ୍କ ନିଟ୍‌ ମୂଲ୍ୟ ହେଉଛ ୨୮ ମିଲିୟନ ଡଲାର୍‌ (୨୦୦କୋଟି)। ନିକଟରେ ଉଭୟେ ସେମାନଙ୍କର ନୂତନ ଘର ମଧ୍ୟ ନେଇଛନ୍ତି, ଯାହାର ମୂଲ୍ୟ ୧୪୪ କୋଟି ବୋଲି କୁହାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଯଦି ପ୍ରିୟଙ୍କା ଏବଂ ତାଙ୍କ ସ୍ବାମୀ ନିକ୍‌ଙ୍କ ସମ୍ପତ୍ତି ମିଶିଯାଏ ତେବେ ଏହି ଦମ୍ପତିଙ୍କର ୭୩୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି।

Share