Categories: ଫୁରସତ

ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ଶେୟାର କଲେ ଏମିତି କିଛି ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ୍‌ ରାଜୀବ ଭଦ୍ରା ରଣଥାମ୍ବର ନ୍ୟାଶନାଲ ପାର୍କର ବନ୍ୟଜନ୍ତୁଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୨୦ ବର୍ଷୀୟ ରେହାନଙ୍କ ରୁଚି ହେଲା ଫଟୋ ଉଠାଇବା। ସେ ତାଙ୍କ ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ମଙ୍ଗଳବାର ସେ ଏକ ବାଘର ଆଖି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ବାଘ ଲୁଚି ଲୁଚି କିଛି ଖୋଜୁଛି। ବାଘଟି ଦେଖିବାକୁ ଟି-୧୦୧ ପରି। ଫଟୋଟିକୁ ଦେଖିଲେ ଯେ କେହି ଭୟ କରିବ। ଜଣେ ୟୁଜର ଲେଖିଛନ୍ତି, ‘ଆପଣ ଖୁବ୍‌ ଭଲ ଫଟୋ ଉଠାଇଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଖୁବ୍‌ ସୁନ୍ଦର ଫଟୋ। ଏହା ପୂର୍ବରୁ ରେହାନ ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଅନେକ ଗୁଡ଼ିଏ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପୁଅ ଉଠାଇଥିବା ଫଟୋକୁ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖିବାକୁ ମିଳିଥିଲା।

Share