Posted inଜାତୀୟ

ମହିଳାଙ୍କ ପାଇଁ କଂଗ୍ରେସର ଭିନ୍ନ ଘୋଷଣାପତ୍ର: ମାଗଣା ବସ୍ ଯାତ୍ରା ସହ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଖୁବ୍ ଯୋର ଦେଉଛି । ଏବେ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର ରହିଛି । କିଛଦିନ ତଳ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ କଥା ଘୋଷଣା କରିଥିବା ବେଳେ ମାଗଣାରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି ଦେବାକୁ କହିଥିଲେ । ଏହାପରେ ପୁଣିଥରେ ସୋମବାର ସକାଳରେ ଟୁଇଟ୍ କରି ପ୍ରିୟଙ୍କା ମହିଳାଙ୍କ ପାଇଁ ଭିନ୍ନ ଏକ ଘୋଷଣା ପତ୍ର ଜାରି କରାଯିବା କଥା କହିଛନ୍ତି । ଏଥିରେ ସେ ମହିଳାଙ୍କୁ ସରକାରୀ ବସରେ ମାଗଣା ଯାତ୍ରା ସହ ବର୍ଷକୁ ଗ୍ୟାସ ଭର୍ତ୍ତି ୩ଟି ସିଲିଣ୍ଡର ମାଗଣା ଦେବାକଥା ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୧୦ ହଜାର ଟଙ୍କା, ବିଧବା ଓ ବୁଦ୍ଧାଙ୍କୁ ୧୦୦୦ଟଙ୍କା ଭତ୍ତା, ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୪୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା କଥା ପ୍ରିୟଙ୍କା ତାଙ୍କ ଘୋଷଣାପତ୍ରରେ ଉଲ୍ଲେଖ କରିଛନ୍ତି । କଂଗ୍ରେସ ସରକାର ଆସିଲେ ରାଜ୍ୟରେ ମହିଳାମାନଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ କଂଗ୍ରେସ ତା’ର ଘୋଷଣା ପତ୍ରର ଜାରି କରି ମହିଳା ଭୋଟଙ୍କୁ ହାତେଇବାକୁ ଏବେଠାରୁ ପ୍ରୟାସ କଲାଣି ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଭୂଷଣଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…

ନୂଆଦିଲ୍ଲୀ,୯।୫: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘଦିନ ଧରି ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରୁଛନ୍ତି। ବ୍ରିଜ୍‌ ଭୂଷଣଙ୍କୁ...

ଅଜୟ ଭାଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୩ା୮(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍‌-ସ୍ପେଶାଲ ଡ୍ୟୁଟିରେ ଥିବା ଅଧିକାରୀ ଅଜୟ କୁମାର ଭାଲ୍ଲାଙ୍କୁ ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ...

ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ବାୟୁସେନା କରିବ ଯୁଦ୍ଧାଭ୍ୟାସ, ଅରୁଣାଚଳରେ ସୁଖୋଇ-ରାଫାଲ ଦେଖାଇବେ ଦମ୍‌

ନୂଆଦିଲ୍ଲୀ,୧୫ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଉଠିଥିବା ଝଡ଼ ମଧ୍ୟରେ ଭାରତୀୟ ବାୟୁସେନା ୧୫ ଡିସେମ୍ବରରୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି ।...

ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ,୮।୯: ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହେବ। ଏହି...

ହୋମ୍‌ ଡେଲିଭରୀବେଳେ ଗ୍ୟାସ୍‌ ସିଲିଣ୍ଡରରେ ଥିଲା ଏମିତି କିଛି, ଦେଖି ଉଡିଗଲା ହୋସ୍‌

ଚଣ୍ଡିଗଡ, ୨୮।୮: ଯଦି ଆପଶ ଏବେ ଘରକୁ ଏ୍‌ପିଜି ସିଲିଣ୍ଡର ଆଣୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ସିଲିଣ୍ଡର ସହ ସାପ ମଧ୍ୟ ଆପଣଙ୍କୁ ଘରକୁ ପ୍ରବେଶ...

ହସ୍ପିଟାଲରେ ବେଡ୍‌ ଫୁଲ୍‌: ବାହାରେ ଆମ୍ବୁଲାନ୍ସ୍‌ରେ ଆକ୍ରାନ୍ତ…

ଅହମଦାବାଦ୍‌,୧୩।୪: ଗୁଜରାଟ ଅହମଦାବାଦରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସ୍ଥାନୀୟ...

୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଲୋକାର୍ପିତ…

ଋଷିକେଶ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବ୍ୟାପୀ ୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ଲୋକାର୍ପଣ କରିଛନ୍ତି। ଋଷିକେଶର ଏମ୍ସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର...

ରାଜନୀତି କରୁଛି କାନାଡା, ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି: ଏମ୍ଇଏ

ନୂଆଦିଲ୍ଲୀ, ୨୧। ୯: ଭାରତ ଏବଂ କାନାଡା ମଧ୍ଯରେ ତିକ୍ତତା ଦିନକୁ ଦିନ ବଢୁଥିବା ବେଳେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ବୟାନ ଜାରି କରାଯାଇଛି।...

Advertisement
Archives

Model This Week