Categories: ଜାତୀୟ

ରାମପୁର ଗସ୍ତରେ ପ୍ରିୟଙ୍କା: ପରସ୍ପର ସହ ମାଡ ହେଲା ଗାଡ଼ି

ନୂଆଦିଲ୍ଲୀ,୪ ।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସକାଳେ ଉତ୍ତର ପ୍ରଦେଶର ରାମପୁର ଗସ୍ତ କରିଛନ୍ତି । ତେବେ ଝାପୁଡ ରୋଡରେ ପ୍ରିୟଙ୍କାଙ୍କ ସହ ଥିବା ଅନ୍ୟ ଗାଡି ମଧ୍ୟରେ ମାଡ ହୋଇଥିଲେ ବି ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ୨ ଜାନୁୟାରୀରେ ଟ୍ରାକ୍ଟର ରାଲି ସମୟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଥିବା ଯୁବକଙ୍କ ପରିବାର ସହ ସାକ୍ଷାତ୍ କରିବାକୁ ପ୍ରିୟଙ୍କା ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି । ୨୭ ବର୍ଷୀୟ ନବରିତ ସିଂଙ୍କର ଟ୍ରାକ୍ଟର ଓଲଟି ପଡିବାରୁ ମୃତ୍ୟୁ ହୋଇଥିଲା । ପ୍ରିୟଙ୍କା ତାଙ୍କ ପରିବାରଙ୍କୁ ଭେଟି ଶୋକ ପ୍ରକାଶ କରିବାକୁ ରାମପୁର ଯାଇଛନ୍ତି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି କି ପ୍ରିୟଙ୍କା ନବରିତଙ୍କ ଶୋକ ସଭାରେ ପ୍ରାୟ ଦିନ ୧୧ଟା ୩୦ରେ ଯୋଗ ଦେବେ । ପୂର୍ବରୁ ଶୁଣିବାକୁ ମିଳିଥିଲା କି ପ୍ରିୟଙ୍କାଙ୍କ ସହ ରାହୁଲ ମଧ୍ୟ ଉତ୍ତର ପ୍ରଦଶ ଗସ୍ତ କରିବେ । ହେଲେ ଏପଟେ ଲୋକ ସଭା ଥିବାରୁ ରାହୁଲ ଯାଇ ପାରି ନ ଥିବା କୁହାଯାଏ ।

Share