Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରା ଭାବପ୍ରବଣ ହୋଇଛନ୍ତି। ପ୍ରିୟଙ୍କାଙ୍କୁ ଜନ୍ମଦିନର ସବୁଠୁ ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି ରବର୍ଟ। ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଫଟୋ ଶେୟାର କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି।

ଏଥିରେ ସେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ପ୍ରିୟଙ୍କା, ଆଜି ତୁମ ପାଇଁ ଏକ ବଡ଼ ଦିନ, ଆଜି ତୁମେ ପୂର୍ବ ଅପେକ୍ଷା ଅଧିକ ଅଭିଜ୍ଞ। ଆଗାମୀ ବର୍ଷ ପାଇଁ ଶୁଭେଚ୍ଛା। ଏହା ସହିତ ସେ ହାର୍ଟ ଏବଂ ଲାଫିଙ୍ଗ୍‌ ଇମୋଜି ଦେଇଛନ୍ତି।

ଆହୁରି ମଧ୍ୟ ଲେଖିଛନ୍ତି, ‘ତୁମେ ମୋର ହସ, ଉତ୍ସାହ, ଦୟା ଏବଂ ଶକ୍ତି, ମୋର ପିଲାମାନେ ଏବଂ ତୁମେ ମୋ’ ପାଖରେ ଥିଲେ ମୋତେ ପ୍ରତିଦିନ ବଞ୍ଚିବାର ଏକ ନୂତନ ବାଟ ଦେଖାଏ। ମୁଁ ତୁମର ଜୀବନର ଏକ ଅଂଶ ହୋଇଥିବାରୁ ଗର୍ବିତ, ତୁମର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। ତୁମର ଅନେକ ପ୍ରେମ, ସୁଖ ଏବଂ ଶକ୍ତି କାମନା କରୁଛି। ତୁମେ ସବୁବେଳେ ଏହିପରି ହସିବା ଏବଂ ଚମକିବା ଜାରି ରଖ। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।

ପ୍ରିୟଙ୍କା ୧୩ ବର୍ଷ ବୟସରେ ରବର୍ଟଙ୍କୁ ଭେଟିଥିଲେ। ପ୍ରଥମେ ବନ୍ଧୁତା ପରେ ପ୍ରେମ। କିନ୍ତୁ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ଶେଷରେ ଗାନ୍ଧୀ ପରିବାର ପୁଣି ଥରେ ପ୍ରିୟଙ୍କାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଥିଲେ। ୧୯୯୭ ମସିହାରେ ପ୍ରିୟଙ୍କା ଏବଂ ରୋବର୍ଟ ବିବାହ କରିଥିଲେ। ଏହି ବିବାହରେ କେବଳ ୧୫୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଯେଉଁଥିରେ ବଚ୍ଚନ ପରିବାର ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରିୟଙ୍କା ଏବଂ ରୋବର୍ଟଙ୍କର ଦୁଇ ପୁଅ ଅଛନ୍ତି, ରେହାନ ଏବଂ ମିରାୟା।

Share