ଝିଅ ସହ ପ୍ରଥମ ଫଟୋଶୁଟ୍‌ କଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମା’ ହେବା ପରେ ଅଧିକାଂଶ ସମୟ ଝିଅ ମାଳତୀ ମେରିଙ୍କ ସହ ବିତାଉଛନ୍ତି। ନିକଟରେ ସେ ଝିଅ ସହ ପ୍ରଥମ ଫଟୋଶୁଟ କରିଛନ୍ତି। ଯାହାର ଝଲକ ସେ ପ୍ରଶଂସକଙ୍କୁ ଦେଖାଇଛନ୍ତି। ତେବେ ଏଥର ମଧ୍ୟ ପ୍ରିୟଙ୍କା ଝିଅର ଚେହେରା ଦେଖାଇ ନାହାଁନ୍ତି। ପ୍ରଶଂସକମାନେ ମା’-ଝିଅର ସୁନ୍ଦର ଫଟୋକୁ ପ୍ରଶଂସା କରୁଛନ୍ତି।
ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଳତୀଙ୍କ ସହ ପ୍ରଥମ ଫଟୋଶୁଟର ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ପ୍ରିୟଙ୍କା ଚଟାଣରେ ବସି ପୋଜ ଦେଉଛନ୍ତି। ସେ ଏକ ଲାଲ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି, ଏଥିରେ ସେ ବହୁତ ଗ୍ଲାମରସ ଦେଖାଯାଉଛନ୍ତି। ଏଥି ସହିତ ମାଳତୀ ମଧ୍ୟ ମେଳ ଖାଉଥିବା ରଙ୍ଗର ପୋଷାକ ପିନ୍ଧିଛନ୍ତି। ଫଟୋଶୁଟ ସମୟରେ ପ୍ରିୟଙ୍କା ତାଙ୍କ ଝିଅର ମୁହଁ ଲୁଚାଇ ରଖିଛନ୍ତି। ପ୍ରିୟଙ୍କା ଏବଂ ତାଙ୍କ ସ୍ବାମୀ ନିକ ଜୋନାସ ଗତ ବର୍ଷ ସରୋଗେସି ମାଧ୍ୟମରେ ଝିଅକୁ ସ୍ବାଗତ କରିଥିଲେ।
ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ବଲିଉଡ ଫିଲ୍ମ ‘ଜି ଲେ ଜାରା’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ହଲିଉଡ ଫିଲ୍ମ ଲଭ ଏଗେନ୍‌ ଆଣ୍ଡ୍‌ ଏଣ୍ଡିଙ୍ଗ ଥିଙ୍ଗ୍ସରେ ଦେଖିବାକୁ ମିଳିବ। ପ୍ରିୟଙ୍କା ପ୍ରାଇମ ଭିଡିଓର ୱେବ ସିରିଜ ସିଟାଡେଲ ସହ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସିରିଜ ରୁଷୋ ବ୍ରଦର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି।

 

View this post on Instagram

 

A post shared by Priyanka (@priyankachopra)


Enter your email to get our daily news in your inbox.

All Right Reserved By Dharitri.Com

ଏତିକି କୋଟି ବଜେଟ୍‌ରେ ନିର୍ମିତ ହୋଇଛି ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର- ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ...

ରଜନୀକାନ୍ତଙ୍କ ପାଇଁ ଏହି ଅଭିନେତ୍ରୀ ରଖିଥିଲେ ଉପବାସ

ଅଭିନେତା ରଜନୀକାନ୍ତ  ଏବଂ ବଲିଉଡ୍‌ର ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ  ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼।...

ସୋନାକ୍ଷୀଙ୍କୁ ପସନ୍ଦ ନୁହେଁ ବଲିଉଡ୍‌ ନାୟକ!

ମୁମ୍ବାଇ: ବଲିଉଡ୍‌ ନାୟକ ନାୟିକାଙ୍କ ପ୍ରେମ ସମ୍ପର୍କକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତା’ଠାରୁ ନାୟିକା ସୋନକ୍ଷୀ ସିହ୍ନା ଟିକେ ଭିନ୍ନ।...

ସୋସିଆଲ ମିଡିଆରେ ଅତରଙ୍ଗୀକୁ ବିରୋଧ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’କୁ ଜୋରଦାର ବିରୋଧ କରାଯାଉଛି। କୁହାଯାଉଛି ଯେ ଏହି ଫିଲ୍ମରେ ହିନ୍ଦୁ ଧର୍ମକୁ...

ହିମେଶଙ୍କ ପରେ ଏବେ ରାନୁଙ୍କୁ ସୁଯୋଗ ଦେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜ ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କ ବିବାହ ଶେଷ ହୋଇଥିବା ସେ ସୋସିଆଲ ମିଡିଆରେ କହିସାରିଛନ୍ତି।...

ପ୍ରଥମେ ନା, ପରେ ହଁ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ...

ଦୀପିକାଙ୍କ ଡ୍ରେସ୍‌ ଦେଖି ଫ୍ୟାନ୍‌ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…

ଦୀପିକା ପାଦୁକୋନ୍‌ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର...

ପ୍ରଶଂସକଙ୍କ ସହ ଅନ୍‌ଲାଇନ୍‌ରେ ଲୁଡୁ ଖେଳି ସମୟ ବିତାଉଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବଲିଉଡ୍‌ କଳାକାରମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ତେବେ ଏହି ଖାଲି ସମୟକୁ ଫିଲ୍ମ...

Advertisement
Archives

Model This Week