ସ୍ବାମୀ ନିକ୍‌ଙ୍କ ନାଁରେ ନୁହେଁ, ଜାଣନ୍ତୁ ପ୍ରିୟଙ୍କା କାହା ନାଁରେ ଗୋଡ଼ରେ କଲେ ଟାଟୁ; ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ରୁ ଓଲିଉଡ୍‌ ପର୍ଯ୍ୟନ୍ତ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରିୟଙ୍କା କେବେ ତାଙ୍କ ଫିଲ୍ମ କେବେ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ବର୍ତ୍ତମାନ ପ୍ରିୟଙ୍କା ତାଙ୍କ ନୂଆ ଟାଟୁ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଏହି ଟାଟୁକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଏହି ଟାଟୁକୁ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ପାଇଁ ନୁହେଁ ବରଂ ଅନ୍ୟ କାହା ନାମରେ କରିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ନୂଆ ଟାଟୁକୁ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବେ ଯେ, ସେ ତାଙ୍କ ଗୋଡ଼ରେ ଏକ ଟାଟୁ ଅଙ୍କା ଯାଇଛି। ଏହି ଭିଡିଓ ଶେୟାର କରି ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତି,ସମର ନେଲ୍‌ସ, ସମର ଟାଟୁ , ହ୍ୟାପି ଫିଟ୍‌। ତାଙ୍କର ଏହି ନୂଆ ଟାଟୁକୁ ଖୁବ୍‌ ପସନ୍ଦ କରାଯାଉଛି। ସେ ଏହି ନୂଆ ଟାଟୁକୁ ତାଙ୍କର ତିନି ପୋଷା କୁକୁର ପାଇଁ ଉତ୍ସର୍ଗ କରିଛନ୍ତି।

Share