ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ନୂଆ ପୋଷ୍ଟ ଲାଗି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀଙ୍କ କୁଲ୍‌ ଲୁକ୍‌ ଦେଖି ତାଙ୍କ ପ୍ରଶଂସକମାନେ ପୁଣି ଥରେ କୁଲ୍‌ ହୋଇଯାଇଛନ୍ତି। ତାଙ୍କ ନୂଆ ଫଟୋ ଏବଂ ଭିଡିଓରେ, ଦେଶୀ ଗର୍ଲ ଲସ୍‌ଏଞ୍ଜେଲସର ଏକ ସୁଇମିଂ ପୁଲ୍‌ରେ ମଜା ନେଉଥିବା ନଜର ଆସିଛନ୍ତି। ଏହି ଅଭିନେତ୍ରୀ ନିଜର ଚମତ୍କାର ଚେହେରା ସହିତ ସୋସିଆଲ ମିଡିଆରେ ଏକ ହଇଚଇ ସୃଷ୍ଟି କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତ, ଯେତେବେଳେ ତୁମେ ତୁମର ଯତ୍ନ ନେବାକୁ ଚାହୁଁଥିବା କ୍ଷଣଗୁଡ଼ିକ ପାଇବ, ସାଉଣ୍ଡ ଅନ୍‌ ହେବା ମାତ୍ରେ ତୁମେ ସେହି ଗୀତଗୁଡ଼ିକୁ ଚିହ୍ନି ପାରିବ କି? ମୁଁ କାହାକୁ ଶୁଣୁଛି? # 90music #desigirl #sunshine #poolday।

ଭିଡିଓରେ ପ୍ରିୟଙ୍କା ସୁଇମିଂ ପୁଲ୍‌ ଭିତରେ ଅଛନ୍ତି। ବେଳେବେଳେ ପାଣି ସହିତ ଖେଳୁଛନ୍ତି ଏବଂ ବେଳେବେଳେ ସେଲ୍‌ଫି ଭିଡିଓ କରୁଛନ୍ତି। ଫିଲ୍ମର ଟାଇଟଲ ଟ୍ରାକ ‘ଦିଲ୍‌ ହୈ କି ମାନ୍‌ତା ନହିଁ’ ତାଙ୍କ ଭିଡିଓରେ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ ରହିଛି।

ଦ୍ୱିତୀୟ ଭିଡିଓରେ ସେ ‘ଗୁଲାବୀ ଆଖେଁ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହା ପରେ ସେ ଜୟା ବଚ୍ଚନ ଏବଂ ସଞ୍ଜୀବ କୁମାରଙ୍କ ଫିଲ୍ମ ‘ଅନାମିକା’ ‘ବିନ୍‌ ତେରେ ସନମ’ ଏବଂ ଭିଗି ଭିଗି ରାତୋଁ ମେ’ ରିମିକ୍ସ ଶୁଣିବାକୁ ମିଳୁଛି।

ସେ ଏକ କଳା ରଙ୍ଗର ବିକିନି ପିନ୍ଧି ଏକ ଆଇନା ସାମ୍ନାରେ ସେଲଫି ନେଉଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ସବୁବେଳେ ତାଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

Share