ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ନୂଆ ପୋଷ୍ଟ ଲାଗି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀଙ୍କ କୁଲ୍‌ ଲୁକ୍‌ ଦେଖି ତାଙ୍କ ପ୍ରଶଂସକମାନେ ପୁଣି ଥରେ କୁଲ୍‌ ହୋଇଯାଇଛନ୍ତି। ତାଙ୍କ ନୂଆ ଫଟୋ ଏବଂ ଭିଡିଓରେ, ଦେଶୀ ଗର୍ଲ ଲସ୍‌ଏଞ୍ଜେଲସର ଏକ ସୁଇମିଂ ପୁଲ୍‌ରେ ମଜା ନେଉଥିବା ନଜର ଆସିଛନ୍ତି। ଏହି ଅଭିନେତ୍ରୀ ନିଜର ଚମତ୍କାର ଚେହେରା ସହିତ ସୋସିଆଲ ମିଡିଆରେ ଏକ ହଇଚଇ ସୃଷ୍ଟି କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତ, ଯେତେବେଳେ ତୁମେ ତୁମର ଯତ୍ନ ନେବାକୁ ଚାହୁଁଥିବା କ୍ଷଣଗୁଡ଼ିକ ପାଇବ, ସାଉଣ୍ଡ ଅନ୍‌ ହେବା ମାତ୍ରେ ତୁମେ ସେହି ଗୀତଗୁଡ଼ିକୁ ଚିହ୍ନି ପାରିବ କି? ମୁଁ କାହାକୁ ଶୁଣୁଛି? # 90music #desigirl #sunshine #poolday।

ଭିଡିଓରେ ପ୍ରିୟଙ୍କା ସୁଇମିଂ ପୁଲ୍‌ ଭିତରେ ଅଛନ୍ତି। ବେଳେବେଳେ ପାଣି ସହିତ ଖେଳୁଛନ୍ତି ଏବଂ ବେଳେବେଳେ ସେଲ୍‌ଫି ଭିଡିଓ କରୁଛନ୍ତି। ଫିଲ୍ମର ଟାଇଟଲ ଟ୍ରାକ ‘ଦିଲ୍‌ ହୈ କି ମାନ୍‌ତା ନହିଁ’ ତାଙ୍କ ଭିଡିଓରେ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ ରହିଛି।

ଦ୍ୱିତୀୟ ଭିଡିଓରେ ସେ ‘ଗୁଲାବୀ ଆଖେଁ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହା ପରେ ସେ ଜୟା ବଚ୍ଚନ ଏବଂ ସଞ୍ଜୀବ କୁମାରଙ୍କ ଫିଲ୍ମ ‘ଅନାମିକା’ ‘ବିନ୍‌ ତେରେ ସନମ’ ଏବଂ ଭିଗି ଭିଗି ରାତୋଁ ମେ’ ରିମିକ୍ସ ଶୁଣିବାକୁ ମିଳୁଛି।

ସେ ଏକ କଳା ରଙ୍ଗର ବିକିନି ପିନ୍ଧି ଏକ ଆଇନା ସାମ୍ନାରେ ସେଲଫି ନେଉଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ସବୁବେଳେ ତାଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri