ଆହତ ହେଲେ ପ୍ରିୟଙ୍କା!

ମୁମ୍ବାଇ:ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରିଥାଆନ୍ତି । ତେଣୁ ସେ ସୋସିଆଲ ମିଡିଆରେ ଥାଆନ୍ତି ଖୁବ୍ ଆକ୍ଟିଭ । ନିକଟରେ ସେ ତାଙ୍କ ହଲିଉଡ୍ ଫିଲ୍ମ ଓ ସିରିଜକୁ ନେଇ ବ୍ୟସ୍ତ ଥିଲେ ବି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ମୁଣ୍ଡ ଓ ଗାଲରେ କ୍ଷତ ଚିହ୍ନ ଦେଖାଯାଇଛି । ଫଟୋ ଶେୟାର କରିବା ସହ ସେ କ୍ୟାପଶନରେ ଲେଖିଛନ୍ତି କୁହନ୍ତୁ ଦେଖି କୋଉଟା ଅସଲି କୋଉଟା ନକଲି । ସେ ଏବେ ଲଣ୍ଡନରେ ସିରିଜ ‘ସିଟାଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଆଉ ଏହି ଶୁଟିଂ ସେଟ୍‌ରେ ତାଙ୍କୁ ଆଘାତ ଲାଗିଥିବା ଜଣାପଡିଛି । ହେଲେ ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିମଧ୍ୟରୁ କେଉଁ କ୍ଷତଟି ଅସଲି କେଉଁଟା ନକଲି ତାହା ସହଜରେ ଜଣାପଡୁନାହିଁ । ତେବେ ପ୍ରଶଂସକଙ୍କୁ ଆଉ କନଫ୍ୟୁଜ ନକରି ପିସି କହିଛନ୍ତି ଗାଲରେ ଥିବା ଦାଗଟା ନକଲି କିନ୍ତୁ ମଥାରେ ଯେଉଁ କ୍ଷତ ରହିଛି ବା ଯେଉଁଥିରେ ରକ୍ତ ଲାଗିଛି ସେଇଟା ଅସଲି । ଏବେ ପିସି ‘ଟେକ୍ଟ ଫର ୟୁ’ ‘ମ୍ୟାଟ୍ରିକ୍ସ ୪’ ଓ ବଲିଉଡ ମୁଭି ‘ଜି ଲେ ଜରା’ରେ ବି ନଜର ଆସିବେ ଯାହାକୁ ଆକ୍ଟର ଫରହାନ ଅଖତର ନିର୍ଦ୍ଦେଶନା ଦେଇଛନ୍ତି ।

Share