ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ପ୍ରଶଂସକଙ୍କ ବ୍ୟତୀତ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସ ମଧ୍ୟ ଫଟୋ ଉପରେ କମେଣ୍ଟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ପ୍ରିୟଙ୍କା ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ସେ ଏଥିରେ ବୋଲ୍ଡ ନଜର ଆସିଛନ୍ତି।
ପ୍ରିୟଙ୍କାଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଫଟୋଗୁଡ଼ିକ ତାଙ୍କ ୱେବ ସିରିଜ ‘ସିଟାଡେଲ’ର ସେଟରୁ ଆସିଛି। ଫଟୋ ଗୁଡ଼ିକରେ ପ୍ରିୟଙ୍କା ଚୋପ୍ରା ଏକ ଧଳା ଶର୍ଟ ପିନ୍ଧିଛନ୍ତି। ସେ ତାଙ୍କ ଶର୍ଟ ବଟନ ଖୋଲା ରଖିଛନ୍ତି। ସେ ଏଥିରେ ବହୁତ ବୋଲ୍ଡ ଦେଖାଯାଉଛନ୍ତି। ନିକ ଏହି ଫଟୋରେ ଆଶ୍ଚର୍ଯ୍ୟଜନକ ଇମୋଜି ପୋଷ୍ଟ କରି ସେ ଲେଖିଥିଲେ, ୱାଓ। ନିକଙ୍କ ଏହି କମେଣ୍ଟ ଉପରେ ୟୁଜର୍ସମାନେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ଭାଗ୍ୟବାନ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ହଁ, ନିକ, ଆମେ ତୁମର ଭାବନାକୁ ବୁଝୁଛୁ।
ପ୍ରିୟଙ୍କାଙ୍କ ଏହି ଫଟୋକୁ ଏପର୍ଯ୍ୟନ୍ତ ଚାରି ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ‘ସିଟାଡେଲ’ ଏକ ଗୁପ୍ତଚର ସିରିଜ। ଏଥିରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ଏହି ସିରିଜରେ ‘ଗେମ ଅଫ ଥ୍ରୋନ୍ସ’ ଅଭିନେତା ରିଚାର୍ଡ ମ୍ୟାଡେନଙ୍କ ବିପକ୍ଷରେ ନଜର ଆସିବେ।

Share