ସଡ଼କରେ ବୋତଲ ଧରି ବୁଲୁଛନ୍ତି ପ୍ରିୟଙ୍କା!

ମୁମ୍ବାଇ: ବଲିଉଡ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କାରଣକୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡିଆର ଚର୍ଚ୍ଚାରେ ଆସି ଯାଇଥାଆନ୍ତି । ଏବେ ଏହି ଅଭିନେତ୍ରୀ ସ୍ପେନରେ ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପିସି ବ୍ୟସ୍ତ ସମୟ ମଧ୍ୟରୁ କିଛି ଅଳ୍ପ ସମୟ ବାହାର କରି ନିଜର କିଛି ଫଟୋ ଓ ଭିଡିଓ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ ହୁଏ ବୋଲି ସେ ବୋଧହୁଏ ବୁଝି ନେଇଛନ୍ତି । ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ସ୍ପେନର ସଡ଼କରେ ବୁଲାବୁଲି କରୁଥିବା ଦେଖାଯାଇଛି । ଏବେ ସେ ଏମିତି ଏକ ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଯଦି ଆପଣ ଆଗକୁ ବଢି ପାରୁ ନାହାନ୍ତି ତେବେ ପଛରେ ପଡିଯାଇ ପାରନ୍ତି । ଏଥିରେ ଅଭିନେତ୍ରୀଙ୍କ ଷ୍ଟଟିଂ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଫଟୋରେ ଅଭିନେତ୍ରୀ କୋର୍ଡ ଟି ସର୍ଟ ସହ ହ୍ୱାଇଟ ବ୍ଲୁ ସ୍ୟାଡେଡ ସର୍ଟ ପନ୍ଧିଛନ୍ତି । କେଶ ଖୋଲା ରଖିବା ସହ ହାତରେ ଏକ ଖାଲି ବୋତଲ ଧରି ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଲକ୍ଷ୍ୟ କରିଥିବା ଦେଖାଯାଇଛି । ଏହି ଫଟୋରେ ପିସି ଷ୍ଟଣ୍ଟିଙ୍ଗ ଲାଗୁଛନ୍ତି । ଆଉ ତାଙ୍କ ଚେହେରାର ଏକ୍ସପ୍ରେଶନ କମାଲ କରୁଛି । ଏହା ପୂର୍ବରୁ ବି ପିସି ସ୍ପେନ ସଡ଼କ ଉପରେ ମା’ଙ୍କ ସହ ବୁଲୁ ଥିବାର କିଛି ଫଟୋ ଶେୟାର କରିଥିଲେ । ଚଳିତ ଭ୍ୟାକେଶନରେ ସେ ତାଙ୍କ ଅତି କ୍ଲୋଜଫେ୍‌୍ରଣ୍ଡ ସର୍କଲଙ୍କ ସହ କାଟିବେ ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲରେ ରିଲିଜ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ଅଭିନେତା ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୨୮ ଏପ୍ରିଲ ଅର୍ଥାତ୍ ଗୁରୁବାର...

କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….

ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ...

ମୋତେ ତାଙ୍କ ନାଁ ବହୁତ ପସନ୍ଦ, ‘ମଲାଇକା’: ଅର୍ଜୁନ କପୁର

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅର୍ଜୁନ କପୁର- ମଲାଇକା ଅରୋରା ଅନ୍ୟତମ। ବୟସାଗତ ତଫାତ ଥିଲେ ହେଁ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି। ଏହାର...

ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ...

ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି...

ମା’ ହେବେ ଶ୍ରେୟା !

ମୁମ୍ବାଇ: ବଲିଉଡ୍‌ର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି । ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚୁପ୍ ରହୁଥିବା ଏହି...

ଦିଶାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ଶ୍ରଦ୍ଧାଙ୍କ ଆଡକୁ ଢଳିଲେଣି ଟାଇଗର

ବମ୍ବେ: ପ୍ରଥମେ ଡେଟିଂ ପରେ ପ୍ରେମ। ଆଉ ଏବେ ବାଟ ଅଲଗା। ଆମେ କଥା ହେଉଛୁ ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର ଟାଇଗର ଶ୍ରଫଙ୍କ ବିଷୟରେ।...

ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ...

Advertisement
Archives

Model This Week